Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ଆରମ୍ଭ ହେବ ୧୬ତମ ବିଧାନସଭାର ବଜେଟ୍ ଅଧିବେଶନ

ଆଜି ଠାରୁ ୧୬ତମ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ ଏବଂ ଫେବୃଆରୀ ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ

ଆଜି ଠାରୁ ୧୬ତମ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ ଏବଂ ଫେବୃଆରୀ ୨୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୩୧ ତାରିଖରେ ବିନିୟୋଗ ବିଲ୍ ଉପସ୍ଥାପନ କରାଯିବ । ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟ ଦିବସ ରହିଛି । ଏପ୍ରିଲ୍ ୯ ତାରିଖରେ ଅବଧିବେଶନ ଶେଷ ହେବ ।

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଥିଲା । ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ । ସେହିପରି ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଂଟା ଚାଲିବ । ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଂଟା ଚାଲିବ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ୩ ଟାରୁ ସନ୍ଧ୍ୟା ୫ ଟା ଯାଏଁ ଚାଲୁଥିଲା । ଅପରପକ୍ଷରେ ଅଧିବେଶନ ପୂର୍ବରୁ ପୋଲିସ୍ ଡିଜି ବୁଧବାର ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ।

ଅଧିବେଶନ ସମ୍ପର୍କରେ ଗତ ଫେବୃଆରୀ ୧ ତାରିଖରେ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁଯାୟୀ ୨ ଟି ପର୍ଯ୍ୟାୟରେ ଅଧିବେଶନ ବସିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୯ ତାରିଖରେ ଶେଷ ହେବ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ୧୯ ଓ ୨୦ ତାରିଖ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ । ୨୨ ତାରିଖରେ ବଜେଟ ଉପସ୍ଥାପନ କରିବେ ରାଜ୍ୟ ଅର୍ଥମନ୍ତ୍ରୀ । ୨୩ ତାରିଖ ଓ ୨୪ ତାରିଖ ଯଥାକ୍ରମେ ସରକାରୀ ଓ ବେସରକାରୀ କାର୍ଯ୍ୟଦିବସ ରହିଥିବା ବେଳେ ୨୫,୨୬ ଓ ୨୭ ତାରିଖ ବଜେଟ୍ ଉପରେ ଆଲୋଚନା କରାଯିବ । ମାର୍ଚ୍ଚ ୧ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଗୃହର ବୈଠକ ବସିବ ନାହିଁ ।

ମାର୍ଚ୍ଚ ୧୨ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ । ୧୨ ତାରିଖରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ କରାଯିବ । ମାର୍ଚ୍ଚ ୧୩ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବିଭାଗରଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୩୧ ତାରିଖରେ ବିନିୟୋଗ ବିଲ୍ ଉପସ୍ଥାପିତ ହେବ । ସେହିପରି ଏପ୍ରିଲ ୩, ୬ ଓ ୮ ତାରିଖ ସରକାରୀ ଦିବସ ରହିଥିବା ବେଳେ ୫, ୭ ଓ ୯ ତାରିଖ ବେସରକାରୀ ଦିବସ ରହିଛି ।

ଏହା ମଧ୍ୟରେ ଫେବୃଆରୀ ୨୧, ୨୮,ମାର୍ଚ୍ଚ ୧୪, ୨୧, ୨୮ ଏବଂ ଏପ୍ରିଲ୍ ୪ ତାରିଖ ରବିବାର ପାଇଁ , ମାଚ୍‌ର୍ ୨୯ ତାରିଖ ହୋଲି , ଏପ୍ରିଲ ୧ ଓ ୨ ତାରିଖ ଯଥାକ୍ରମେ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇଡେ ପାଇଁ ଗୃହର ବୈଠକ ବସିବ ନାହିଁ । ସେହିପରି ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ଯ୍ୟନ୍ତ ଗୃହ ବନ୍ଦ ରହିବ ।

Show More

Related Articles

Back to top button