Breaking PLUSଦେଶ ବିଦେଶମୁଖ୍ୟ ଖବର

କୃଷକଙ୍କ ପକ୍ଷରୁ ଆଜି ୪ ଘଣ୍ଟିଆ ଦେଶବ୍ୟାପୀ ରେଳ ରୋକ ଆନ୍ଦୋଳନ

କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି

କୃଷକ ସଙ୍ଗଠନ ପକ୍ଷରୁ ଗୁରୁବାର ଦେଶବ୍ୟାପୀ ୪ ଘଣ୍ଟିଆ ରୋଳରୋକ ଆନ୍ଦୋଳନ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । କିଷାନ ଆନ୍ଦୋଳନ କମିଟି ଗାଜିପୁର ବର୍ଡରରେ ପ୍ରବକ୍ତା ଜଗତାର ସିଂ ବାଜୱା କହିଛନ୍ତି ଏହି ‘ରେଳ ରୋକ’ ଗୁରୁବାର ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ଏଥିରେ ଯାତ୍ରୀମାନଙ୍କର ଯେଭଳି କୌଣସି ଅସୁବିଧା ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଗତ ପାଖାପାଖି ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର କୌଣସି ସମାଧାନ ବାହାରି ପାରୁ ନାହିଁ । ଜାନୁୟାରୀ ୨୬ରେ ଏହାକୁ ନେଇ କୃଷକମାନଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ବି ବାହାରି ସାରିଛି । ପ୍ରାୟ ୭ ଥର କୃଷକନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୃଷି ଆଇନକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର ସମାଧାନ ଏପର୍ଯ୍ୟନ୍ତ ବାହାରି ପାରିନାହିଁ । ଏବେ କୃଷକଙ୍କ ପକ୍ଷରୁ ଦାବି କରାଯାଇଛି ଯେ କେନ୍ଦ୍ର ସରକାର ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଅନ୍ତୁ । କିନ୍ତୁ ସରକାର ଏଥିରେ ସହମତି ପ୍ରକାଶ କରୁ ନାହାନ୍ତି ।

Show More

Related Articles

Back to top button