Breaking PLUSଓଡ଼ିଶାମୁଖ୍ୟ ଖବର

ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ଉଦ୍ଧାର

ଗତକାଲି ବୋଡ୍ ଦୁର୍ଘଟଣାରେ ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବହୁ ଖୋଜାଖୋଜି ପରେ ଆଜି ତାଙ୍କର ମୃତଦେହ ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ସୀତାରାମ ମୁର୍ମୁ । ଗତକାଲିଠାରୁ ସେ ନିଖୋଜ ଥିଲେ । ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବହୁ ଖୋଜାଖୋଜି ପରେ ସୀତାରାମଙ୍କର କୌଣସି ପତ୍ତା ମିଳି ନଥିଲା ।

ଆଜି ସକାଳୁ ପୁଣି ଥରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏତିକିବେଳେ ଧବଳେଶ୍ୱର ନିକଟରୁ ମହାନଦୀରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ମୁଣ୍ଡୁଳି ବ୍ୟାରେଜରେ ମହାନଦୀ ପାଣିରେ ଫସିଥିବା ହାତୀକୁ ଘଉଡ଼ାଇବା ପାଇଁ ଓଡ୍ରାଫ୍ ଟିମ୍ ଯାଇଥିଲା । ସେମାନଙ୍କ ସହ ଯାଇଥିଲେ ୨ ଜଣ ଗଣମାଧ୍ୟମ ପ୍ରତିନିଧି । ଏତିକିବେଳେ ହଠାତ ପାଣି ସୁଅରେ ଭାସି ଯାଇଥିଲା ବୋଟ୍ ।

ବୋଟ୍ ଓଲଟି ପଡ଼ିବାରୁ ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା । ଆଉ ୫ ଜଣଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଛି । ୩ ଗୁରୁତର ଅବସ୍ଥାରେ ଆଇସିୟୁରେ ଥିବା ବେଳେ ଆଉ ୨ ଜଣ ସୁସ୍ଥ ହେଉଛନ୍ତି ।

Show More

Related Articles

Back to top button