Breaking PLUSଓଡ଼ିଶାମୁଖ୍ୟ ଖବର

ଧବଳେଶ୍ୱର ନିକଟରୁ ମିଳିଥିବା ମୃତ ଦେହ ନିଖୋଜ ଓଡ୍ରାଫ କର୍ମଚାରୀଙ୍କର ନୁହେଁ ବୋଲି ସ୍ପଷ୍ଚ କଲେ SRC

ଧବଳେଶ୍ୱର ନିକଟରୁ ଉଦ୍ଧାର ହୋଇଥିବା ମୃତଦେହ ନିଖୋଜ ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କର ନୁହେଁ ବୋଲି ରିଟ୍ୱିଟ କଲେ ଏସ୍‌ଆରସି ପ୍ରଦୀପ ଜେନା । ଟ୍ୱିଟ କରିବାର ୧୦ ମିନିଟ୍‌ ପରେ ଏହା ସୀତାରାମଙ୍କ ମୃତଦେହ ନୁହେଁ ବୋଲି ପୁଣି ଥରେ ଟ୍ୱିଟ କରି ସ୍ପଷ୍ଟୀକରଣ ଦେଇଛନ୍ତି ଏସ୍‌ଆରସି ।

ଏଥିନିମନ୍ତେ ଏସ୍‌ଆରସି ଦୁଃଖ ପ୍ରକାଶ କରିବା ସହ ମୋ କାର୍ଯ୍ୟାଳୟକୁ ଆସିଥିବା ତଥ୍ୟ ସମ୍ପୂର୍ଣ୍ଣ ଠିକ୍ ନୁହେଁ ବୋଲି କହିଛନ୍ତି ଏହା ସହ ଉଦ୍ଧାର ହୋଇଥିବା ମୃତ ଦେହଟି ନିଖୋଜ ଜବାନଙ୍କର ନୁହେଁ ବୋଲି ଏସଆରସି କହିଛନ୍ତି ।  ଏହି ମୃତଦେହଟି ପଚି ଯାଇଥିବା ବେଳେ ତାହାକୁ ସୀତାରାମଙ୍କ ପରିବାର ଓଡ୍ରାଫ ଟିମ୍‌ ଚିହ୍ନଟ କରି ନ ଥିବା କହିଛନ୍ତି । ଏଥିସହ ନିଖୋଜ ଯବାନ ସୀତାରାମ ମୁର୍ମୁଙ୍କର ସୂଚନା ମିଳିନି ବୋଲି ସେ ଟ୍ୱିଟ କରିଛନ୍ତି ।

ଏନେଇ ଏନଡିଆରଏଫ ଅଧିକାରୀ କହିଛନ୍ତି, ମୃତକଜଣକ ନିଖୋଜ ଓଡ୍ରାଫ ଟିମ୍‌ ସଦସ୍ୟଙ୍କର ନୁହେଁ ବୋଲି ଓଡ୍ରାଫ୍‌ ଟିମ୍‌ ସ୍ପଷ୍ଟ କରିଛନ୍ତି । ମୃତଦେହକୁ କଟକ ସେକ୍ଟର-୧୧ ପୁଲିସ୍‌କୁ ହସ୍ତାନ୍ତର କରାଯାଇଛି । ନିଖୋଜ ଯବାନଙ୍କୁ ଖୋଜିବାକୁ ଏବେ ଏନଡିଆରଏଫର ୪ଟି ଟିମ୍‌ ନିୟୋଜିତ ହୋଇଛ ନ୍ତି। ଯେଉଁଠି ଅଘଟଣ ଘଟିଲା, ସେଠାରୁ ଯୋବ୍ରା ପର୍ଯ୍ୟନ୍ତ ୪ଟି ଟିମ୍‌କୁ ନିୟୋଜିତ କରାଯାଇଛି । ନିଖୋଜ ହାତୀର ବି ସନ୍ଧାନ ମିଳିପାରିନି ।

 

Show More

Related Articles

Back to top button