ଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

ରାଜଧାନୀରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀରେ ଝୁଲନ୍ତା ମୃତଦେହ ଉଦ୍ଧାର । ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଯୁବକଙ୍କୁ କେହି ହତ୍ୟା କରିବା ପରେ ଏଠାରେ ଟାଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାନୁସାରେ, ଶୁକ୍ରବାର ସକାଳେ ରାଜଧାନୀର ନାଲ୍‌କୋ ଛକରେ ଥିବା ଏକ ଗଛରେ ଜଣେ ଯୁବକଙ୍କ ଝୁଲୁଥିବା ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ କୌଣସି ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିର ରାତିରେ ଏପରି ଘଟିଥିବା ସନ୍ଦେହ କରାଯାଉଛି ।

Show More

Related Articles

Back to top button