Breaking PLUSଓଡ଼ିଶାମୁଖ୍ୟ ଖବର

ନିଲମ୍ବନ ପ୍ରତିବାଦରେ ଗାନ୍ଧୀମୂର୍ତି ତଳେ ଅହୋରାତ୍ର ଧାରଣା ଦେଲେ ବିଜେପି ବିଧାୟକ

ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ଅନ୍ୟ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ରାତିସାରା ବସିଛନ୍ତି

ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ଅନ୍ୟ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ରାତିସାରା ବସିଛନ୍ତି । ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ନରସିଂହ କହିଛନ୍ତି ୫ ଦିନ ପୁର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିଦିଆଗଲା। ହୋହଲା ଭିତରେ ବିଧେୟକ ପାରିତ ହେଲା। ବିରୋଧୀଙ୍କୁ ଆଲୋଚନାରେ ସାମିଲ କରାନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି, ତାହା ଅଗଣତାନ୍ତ୍ରିକ। ବିଧାୟକମାନଙ୍କ ସହ ଆଲୋଚନା କରାଯାଉନି । ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହେଇନି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ । ସୂଚନା ମୁତାବକ ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିଧାନସଭା ପରିସ୍ଥିତି ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଥିଲେ ବିଜେପି ବିଧାୟକ। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ।

Show More

Related Articles

Back to top button