Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ପ୍ରତି ରବିବାର ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

କୋଭିଡ୍ ସଂକ୍ରମଣ ପୁଣି ବଢ଼ିବା ପରେ ଶ୍ରୀମନ୍ଦିର ପ୍ରଶାସନ ପୁଣି ଥରେ ଏସଓପି ଜାରି କରିଛି । ନୂଆ ଏସଓପି ଅନୁସାରେ ଏଣିକି ରବିବାର ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ । ଆଜିଠୁ ପ୍ରତି ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।

ରବିବାରକୁ ବାଦ୍ ଦେଳେ ସପ୍ତାହର ଅନ୍ୟ ସବୁଦିନ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ଲାଗି ଖୋଲା ରହିବ । ସକାଳ ୬ଟା ସୁଦ୍ଧା ସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରତି ରବିବାର ମନ୍ଦିର ପରିସରକୁ ସାନିଟାଇଜେସନ୍ କରାଯିବ । ସପ୍ତାହକୁ ୨ଥର ଶ୍ରଦ୍ଧାଳୁ ଦର୍ଶନ କରି ସାରିବା ପରେ ରାତିରେ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।

ଦର୍ଶନ ବେଳେ କୋଭିଡ୍ ନିୟମ ମାନିବାକୁ ପଡ଼ିବ । ଶ୍ରଦ୍ଧାଳୁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଏଥିସହ ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଉପରେ ନଜର ରଖାଯିବ ।

Show More

Related Articles

Back to top button