Breaking PLUSଓଡ଼ିଶାମୁଖ୍ୟ ଖବର

ଚିନ୍ତା ବଢାଉଛି କରୋନା, ସିଲ୍ ହେଲା ଓଡ଼ିଶା-ଛତିଶଗଡ଼ ସୀମା

ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ-ଓଡ଼ିଶା ସୀମା କନକତୋରାଠାରେ ଜାତୀୟ ରାଜପଥ ୪୯କୁ ସିଲ୍ କରାଯାଇଛି । କେବଳ ଅତ୍ୟାବଶ୍ୟକ କାମରେ ଲୋକଙ୍କ ଯାତାୟାତକୁ ଅନୁମତି ଦିଆଯାଉଥିବା ବେଳେ ଓଡ଼ିଶା-ଛତିଶଗଡ ମଧ୍ୟରେ ଚଳାଚଳ କରୁଥିବା ଯାନବାହନକୁ ମଧ୍ୟ ନିୟନ୍ତ୍ରିତ କରାଯାଉଛି

ପଡ଼ୋଶୀ ଛତିଶଗଡ଼ରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଛତିଶଗଡ-ଓଡ଼ିଶା ସୀମା କନକତୋରାଠାରେ ଜାତୀୟ ରାଜପଥ ୪୯କୁ ସିଲ୍ କରାଯାଇଛି । କେବଳ ଅତ୍ୟାବଶ୍ୟକ କାମରେ ଲୋକଙ୍କ ଯାତାୟାତକୁ ଅନୁମତି ଦିଆଯାଉଥିବା ବେଳେ ଓଡ଼ିଶା-ଛତିଶଗଡ ମଧ୍ୟରେ ଚଳାଚଳ କରୁଥିବା ଯାନବାହନକୁ ମଧ୍ୟ ନିୟନ୍ତ୍ରିତ କରାଯାଉଛି । ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ କରୋନ ସଂକ୍ରମିତଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି । ଛତିଶଗଡ଼ରୁ କରୋନା ଝାରସୁଗୁଡା ଦେଇ ଓଡ଼ିଶାକୁ ନବ୍ୟାପିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ପ୍ର୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମା ସିଲ୍ ପରେ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ନଥିଲେ କାହାରିକୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ଯିବା ପାଇଁ ଅନୁମତି ଦିଆଯାଉନାହିଁ ।

ସମସ୍ତ ପ୍ରକାର ଯାନବାହନଗୁଡ଼ିକୁ ଯାଞ୍ଚ ସହ ଲୋକଙ୍କୁ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା ଆଦି ବିଷୟରେ ସଚେତନ କରାଯାଉଛି। ସେହିପରି ଛତିଶଗଡ଼କୁ ଲାଗିଥିବା ଗ୍ରାମଗୁଡ଼ିକରେ ଲୋକଙ୍କୁ କରୋନା ବିଷୟରେ ସଚେତନ କରି ଯଥା ସମ୍ଭବ ବର୍ତ୍ତମାନର ପରିସ୍ଥିତିରେ ଛତିଶଗଡ଼କୁ ଯାତାୟାତ ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ସେହିପରି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଉଲ୍ଲଙ୍ଘନକରି ଅତ୍ୟାବଶ୍ୟକ କାମ ନଥାଇ ମଧ୍ୟ ଛତିଶଗଡକୁ ଯାତାୟାତ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button