Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ଭୟଙ୍କର କରୋନା ସ୍ଥିତି, ଗତ ୨୪ ଘଣ୍ଟାରେ ୯୩ହଜାର ୨୪୯ ନୂଆ ଆକ୍ରାନ୍ତ ଚିହ୍ନଟ

କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସର୍ବାଧିକ ୯୩ହଜାର ୩୩୭ ସଂକ୍ରମିତ ହୋଇଥିଲେ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୨୪ଲକ୍ଷ ୮୫ହଜାର ୫୦୯କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଛନ୍ତି ୧ଲକ୍ଷ ୬୪ହଜାର ୬୨୩ ସଂକ୍ରମିତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୦ହଜାର ୪୮ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ଲକ୍ଷ ୨୯ହଜାର ୨୮୯ ଆକ୍ରାନ୍ତ । ଏବେ ଦେଶରେ ଆକ୍ଟିଭ୍ କେସ୍ ୬ଲକ୍ଷ ୯୧ହଜାର ୫୯୭ଟି ରହିଛି ।

Show More

Related Articles

Back to top button