Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଧାନସଭାରେ ବିଜେପି-କଂଗ୍ରେସ ମୁହାମୁହିଁ

ଭୁବନେଶ୍ୱର : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଧାନସଭାରେ ବିଜେପି କଂଗ୍ରେସ ମୁହାମୁହିଁ । ଆଜି ପ୍ରଶ୍ନ କାଳ ଆରମ୍ଭ ହେବା ସମୟରେ କଂଗ୍ରେସ ନେତା ଅଜୟ କୁମାର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଉତ୍ତରପ୍ରଦେଶ ହାତରସରେ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଛି । ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଣେ ଦଳିତ ବର୍ଗର ହୋଇଥିବା ସତ୍ତ୍ଵେ ସେ ଦଳିତମାନଙ୍କ ପାଇଁ କିଛି କରିନାହାଁନ୍ତି । ବର୍ତ୍ତମାନ ବିଜେପି ସରକାର ଆଦିବାସୀ କାର୍ଡ ଖେଳିଛି ବୋଲି। ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଏହିଭଳି ସୈତାନ ବିଚାରଧାରା ରଖିଥିବା ଦଳ ପ୍ରାର୍ଥୀ ଦେଲେ ଦେଶର କଣ ହେବ ? ଜାତିକୁ ନେଇ ରାଜନୀତି କରିବା ଭୁଲ ବୋଲି କହିଥିଲେ କଂଗ୍ରେସ ନେତା ଅଜୟ କୁମାର । ଆଉ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବିଧାନସଭାରେ ।ତେବେ କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ପ୍ରତିବାଦ କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଛନ୍ତି। ସେପଟେ କଂଗ୍ରେସ ବିଧାୟକମାନେ ନିଜ ଦଳର ନେତା ରଖିଥିବା ବୟାନ ଯୁକ୍ତିଯୁକ୍ତ ଦର୍ଶାଇ ଅନୁରୂପ ଭାବେ ଗୃହ ମଧ୍ୟ ଭାଗରେ ହୋହାଲ୍ଲା କରଛନ୍ତି । ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ନାରାବାଜିରେ ଗୃହକାର୍ଯ୍ୟ ଚାଲିବା ଅସମ୍ଭବ ହୋଇପଡ଼ିଛି । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି।

Show More

Related Articles

Back to top button