ଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୂରା ଦମ୍ ଲଗେଇ ଦେଇଛି ବିଜେଡି

ଭୁବନେଶ୍ୱର: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଜିତାଇବାକୁ ଅଣ୍ଟା ଭିଡିଛି ବିଜେଡି । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ପୂର୍ଣ୍ଣ ସମର୍ଥନ ଆଶାରେ ଆସନ୍ତାକାଲି ଆସୁଛନ୍ତି ଦ୍ରୌପଦୀ । ଏପଟେ ଓଡିଆ ଝିଅଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଟ୍ ଦେବାକୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତିରୁ ଉପରେ ରହି ଓଡିଶାର ସବୁ ଭୋଟ୍ କେମିତି ଦ୍ରୌପଦୀ ପାଇବେ ସେନେଇ ଅଣ୍ଟା ଭିଡ଼ିଛି ବିଜେଡି । ଆସନ୍ତାକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ବସିବ । ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରୁ ବିଧାନସଭା, ସବୁଠି ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଦଳମତ ନିର୍ବିଶେଷରେ ସବୁ ବିଧାୟକଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ସମର୍ଥନ ସାଉଣ୍ଟିବା ପାଇଁ ଫୁଲ୍ ଦମରେ ଲାଗିଛି ବିଜେଡି ବ୍ରିଗେଡ୍ । ଏନେଇ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଆସନ୍ତାକାଲି ବିଜେଡି ବିଧାୟକ, ସାଂସଦଙ୍କ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ସକାଳ ସାଢେ ୧୦ଟାରେ ହେବାକୁ ଥିବା ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ୱାଗତ କରିବ । ସେହିପରି ବିଜେପି ପକ୍ଷରୁ ମଧ୍ୟ ଦ୍ରୌପଦୀଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୂଚନାଯୋଗ୍ୟ, ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ରୌପଦୀ ପ୍ରାର୍ଥୀ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

Show More

Related Articles

Back to top button