Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ଦିନର ଗଣତିରେ ବି ଆଗରେ ରହିଛି ବିଜେଡି

ସବୁଥର ଭଳି ଏଥର ବି ବାଜିମାରି ନେଇଛି ବିଜେଡି

ନିର୍ବାଚନ ଦ୍ୱିତୀୟ ଦିନ ଗଣତିରେ ମଧ୍ୟ ଆଗରେ ରହିଛି ବିଜେଡି । ଦ୍ୱିତୀୟ ଦିନ ଗଣତିରେ ସୂଚନା ମୁତାବକ ଦିନ ୫ଟା ସୁଦ୍ଧା ୩୦୫ ଆସନରୁ ୨୬୧ଟି ଆସନରେ ଆଗୁଆ ରହିଛି ବିଜୁ ଜନତା ଦଳ ।  ଅନ୍ୟପଟେ ବିଜେପି ୨୦ ଏବଂ କଂଗ୍ରେସ ୧୯ଟି ଜିଲ୍ଲା ପରିଷଦ ଜୋନରେ ଆଗରେ ରହିଥିବା ସୂଚନା ମିଳିଛି । ଯଦି ରାଜ୍ୟର ବୃହତ ଜିଲ୍ଲା ମାନଙ୍କୁ ପରିଲିଖିତ କରିବା ତେବେ, ଗଞ୍ଜାମର ସମୁଦାୟ ୬୯ଟି ଆସନ ମଧ୍ୟରୁ ଦ୍ୱିତୀୟ ଦିନରେ ଗଣତି ହେବାକୁ ଥିବା ୨୨ଟି ଆସନରୁ ୨୨ଟିରେ ଆଗରେ ରହିଛି ବିଜେଡ଼ି ।

ଅନ୍ୟପଟେ ଯଦି କହିବା, ଅନୁଗୋଳର ୮ଟି ଆସନ ମଧ୍ୟରୁ ୭ଟିରେ ଆଗରେ ରହିଛି ବିଜେଡି । ବାଲେଶ୍ୱରରେ ଗଣତି ହେଉଥିବା ୧୪ଟି ଜୋନ ମଧ୍ୟରୁ ୧୧ଟିରେ ଆଗରେ ରହିଛି ବିଜେଡି, ୩ଟିରେ ଆଗରେ ରହିଛି ବିଜେପି । ବଲାଙ୍ଗୀରର ୧୪ଟି ଜୋନରୁ ୮ଟି ରେ ଆଗରେ ରହିଛି ବିଜେଡି, ୪ଟିରେ ବିଜେପି ଏବଂ ଗୋଟିଏ ଜୋନରେ ଆଗରେ ରହିଛି କଂଗ୍ରେସ । କଟକର ୧୫ଟି ଜୋନରୁ ୧୪ଟିରେ ଆଗରେ ରହିଛି ବିଜେଡି ।

 

Show More

Related Articles

Back to top button