Breaking PLUSଓଡ଼ିଶାଦେଶବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ସବା ଆଜାଦଙ୍କ ପ୍ରେମରେ ଉବୁଟୁବୁ ହ୍ରିତିକ୍‌

ଭାଇରାଲ ହେବାରେ ଲାଗିଛି ହ୍ରିତିକଙ୍କ ସହିତ ସବା ଆଜାଦଙ୍କ ଫଟୋ

ମୁମ୍ବାଇ: ପୁଣି ଥରେ ପ୍ରେମରେ ପଡିଛନ୍ତି ହ୍ରିତିକ୍‌ । ବଲିଉଡର ହ୍ୟାଣ୍ଡସମ୍‌ ହ୍ରିତିକ୍‌ ରୋଶନ ପ୍ରଥମ ପତ୍ନୀ ସୁଜେନ୍‌ଙ୍କୁ ଛାଡପତ୍ର ଦେବା ପରେ ପୁଣିଥରେ ପ୍ରେମରେ ପଡିଛନ୍ତି ବୋଲି ଗତ କିଛି ଦିନ ହେବ ବି-ଟାଉନରେ ଚର୍ଚ୍ଚା ଜୋର୍ ଧରିଛି ।

ସୂଚନା ଅନୁଯାୟୀ , ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କୁ ସେ ଡେଟ୍ କରିବାର ଚର୍ଚ୍ଚା ହେଉଛି । ନିକଟରେ ଉଭୟଙ୍କୁ ଏକାଠି ଡିନର ପାର୍ଟି ସହିତ ହ୍ରିତିକଙ୍କ ଘରେ ଦେଖିବାକୁ ମିଳିଥିଲା । ଯାହା ପରେ ପ୍ରଶଂସକଙ୍କ ସନ୍ଦେହ ବଢିବାକୁ ଲାଗିଛି। ଏବେ ଏହି ସନ୍ଦେହକୁ ସତ ପ୍ରମାଣିତ କଲା ଭଳି ପ୍ରଥମ ଥର ପାଇଁ ହ୍ରିତିକ ସବା ଆଜାଦଙ୍କ ଏକ ଫଟୋ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଶେଆର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି। ହ୍ରିତିକ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ସିରିୟସ୍ ଅଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଉଥିବା ବେଳେ ଦୁହେଁ ଅଧିକରୁ ଅଧିକ ସମୟ ବିତାଇବାକୁ ବେଶ୍ ପସନ୍ଦ କରୁଛନ୍ତି ।

ହ୍ରିତିକ୍ ରୋଶନ୍ ତାଙ୍କ ଇନଷ୍ଟା ଷ୍ଟୋରିରେ ସବା ଆଜାଦଙ୍କ ପୁଅ ଇମାଦ ଶାହା ଏବଂ ନାସିରୁଦ୍ଦିନ ଶାହାଙ୍କ ଫଟୋ ସେୟାର କରିଛନ୍ତି, ଏହା ତାଙ୍କ ଇଲେକ୍ଟ୍ରୋ-ଫଙ୍କ୍ ବ୍ୟାଣ୍ଡ୍ ମ୍ୟାଡବଏ/ମିଙ୍କର, ଯାହାର ଶୋ’ ଶୁକ୍ରବାର ରାତିରେ ପୁନେରେ ହୋଇଥିଲା। ଏଥିରେ ସବାଙ୍କ ପରଫର୍ମାନ୍ସ ଥିଲା। ତାଙ୍କୁ ଉତ୍ସାହିତ କରି ହ୍ରିତିକ କ୍ୟାପସନରେ ଲେଖିଛନ୍ତି – ‘କମାଲ କରିଦିଅ ତୁମେ ସମସ୍ତେ?’

 

Show More

Related Articles

Back to top button