Breaking PLUSଓଡ଼ିଶାମୁଖ୍ୟ ଖବର

୨୦୨୩ ଡିସେମ୍ବର ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଏହାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ତଥା ତୀର୍ଥକ୍ଷେତ୍ରରେ ପରିଣତ କରିବାକୁ ଅବଢ଼ା ପରିଯୋଜନା ଅନ୍ତର୍ଗତ ୨୧ଟି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଛି । ତନ୍ମଧ୍ୟରୁ ୭ଟି ପ୍ରକଳ୍ପ ବର୍ତ୍ତମାନ ସୁଦ୍ଧା ଆରମ୍ଭ କରାଯାଇଛି । ସମୁଦାୟ ଆକଳନ ମୂଲ୍ୟର ଏହା ପ୍ରାୟ ୧୬.୧୯% । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ କରିବା ପାଇଁ ସଂକଳ୍ପ କରାଯାଇଛି । ଭକ୍ତଙ୍କ ଭାବାବେଗକୁ ଲକ୍ଷ୍ୟ କରି ସୌନ୍ଦର୍ଯ୍ୟକରଣ ବାବଦରେ ସରକାର ଶ୍ରୀମନ୍ଦିର ଚତୁଃପାଶ୍ୱର୍ସ୍ଥ ୭୫ ମି. ପରିସୀମାକୁ କଳିଙ୍ଗ ସ୍ଥାପତ୍ୟ ଢ଼ାଞ୍ଚାରେ ନୂତନ ଭାବରେ ଗଢ଼ି ତୋଳିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ।

Show More

Related Articles

Back to top button