ଦେଶସ୍ୱତନ୍ତ୍ର

ମାନିଲେନି କଟକଣା, ବିଷାକ୍ତ ହେଲା ରାଜଧାନୀ ବାୟୁ

ଦୀପାବଳି ଅବସରରେ ବିଷାକ୍ତ ହେଲା ରାଜଧାନୀ ବାୟୁ । ବାଣ ଫୁଟିବା ଯୋଗୁଁ ଦିଲ୍ଲୀ ବାୟୁର ଗୁଣବତ୍ତା ଅତି ଖରାପ ସ୍ଥିତିରେ ଥିବା ଜଣାପଡିଛି । ତେବେ ଆଗାମୀ ଦିନରେ ଏହି ପ୍ରଦୂଷଣ ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଦୀପାବଳି ସନ୍ଧ୍ୟାରେ ଆନନ୍ଦ ବିହାରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ-୩୯୮ ଅର୍ଥାତ୍ ଅତ୍ୟନ୍ତ ପ୍ରଦୂଷିତ ଥିଲା । ସେହିପରି ଦିଲ୍ଲୀ ଏନସିଆରରେ ଦୀପାବଳି ପରେ ବାୟୁ ପ୍ରୂଷଣର ମାତ୍ରା ହଠାତ୍ ଅତି ଖରାପ ଶ୍ରେଣୀରେ ପହଞ୍ଚି ଯାଇଛି ।

ଚଳିତ ବର୍ଷ ଦିଲ୍ଲୀରେ ପ୍ରଥମ ଥର ପାଇଁ ଏୟାର କ୍ୱାଲିଟି ଇଣ୍ଡେକ୍ସ “ଅତ୍ୟନ୍ତ ଖରାପ” ବର୍ଗରେ ପହଞ୍ଚିଛି । ନୋଏଡା ସେକ୍ଟର -116 ରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ମଧ୍ୟ 322 ର AQI ଅତିକ୍ରମ କରିଛି । ରାତି 9 ଟାରେ ଗୁରୁଗ୍ରାମରେ AQI 346 ରେକର୍ଡ ହୋଇଥିଲା ।

ଦୀପାବଳି ରତିରେ ସରକାରଙ୍କ କଟକଣା ସତ୍ତ୍ୱେ ବାଣ ଫୁଟାଯିବାରୁ ଦିଲ୍ଲୀ ଏନସିଆରର ଏଭଳି ଅବସ୍ଥା ହୋଇଛି

Show More

Related Articles

Back to top button