ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

୧୦ ପ୍ରଦୂଷଣକାରୀ ସହର ତାଲିକାରେ ଦିଲ୍ଲୀର ସ୍ଥାନ ନାହିଁ: ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଲେ କେଜ୍ରିୱାଲ। ଏସିଆର ସର୍ବାଧିକ ୧୦ ପ୍ରଦୂଷଣକାରୀ ସହରରେ ଦିଲ୍ଲୀର ସ୍ଥାନ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଏହି ଦାବି କରିଛନ୍ତି। ଏହି ୧୦ଟି ସହର ମଧ୍ୟରେ ଭାରତର ୮ଟି ସହର ରହିଛି। କିନ୍ତୁ ଏଥିରେ ଦିଲ୍ଲୀ ସ୍ଥାନ ପାଇ ନାହିଁ। କେଜ୍ରିୱାଲ କହିଛନ୍ତି, ଯଦିଓ ପ୍ରଦୂଷଣ ଯୁଦ୍ଧରେ ଦିଲ୍ଲୀ ବିଜୟ ହାସଲ କରିନାହିଁ, କିନ୍ତୁ ଖୁସିର କଥା ହେଉଛି  ବିଶ୍ୱର ଉତ୍କଟ ପ୍ରଦୂଷଣକାରୀ ସହର ଭିତରେ ଏହା ନାହିଁ। କିଛି ଲୋକେ ପଚାରୁଛନ୍ତି, ଆମେ ପ୍ରଦୂଷଣ ବିରୋଧରେ ବିଜୟ ହାସଲ କରିଛୁ କି ? ମୁଁ  କହିବି ନାଁ। ତଥାପି ଏହା ଆମ ପାଇଁ ଉତ୍ସାହଜନକ ଯେ, ଆମେ ଉତ୍କଟ ପ୍ରଦୂଷଣକାରୀ ସହର ତାଲିକାରେ ନାହୁଁ। ଏହି ସୂଚନା ଆମକୁ ଠିକ୍ ରାସ୍ତାରେ ଯିବାକୁ ପ୍ରେରିତ କରିବ।  ଆମକୁ ଦିଲ୍ଲୀକୁ ବିଶ୍ୱର ସବୁଠାରୁ ପ୍ରଦୂଷଣ ମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ପଡ଼ିବ। ଏହା ଆମର ଲକ୍ଷ୍ୟ ବୋଲି କେଜ୍ରିୱାଲ କହିଛନ୍ତି । ସେ କହିଛନ୍ତି,  କିଛି ବର୍ଷ ପୂର୍ବେ ଦିଲ୍ଲୀ ଦୁନିଆର ସବୁଠୁ ଅଧିକ ପ୍ରଦୂଷଣକାରୀ ସହର ଭାବେ ବଦନାମ ମୁଣ୍ଡାଇଥିଲା। ଏବେ ଏଥିରେ ବହୁ ପରିବର୍ତ୍ତନ ଆସିଛି। ସୂଚନା ଅନୁଯାୟୀ, ବିଶ୍ୱ ବାୟୁମାନ ସୂଚକାଙ୍କ କହିବା ଅନୁଯାୟୀ ସମଗ୍ର ଏସିଆ ମହାଦେଶରେ ସର୍ବାଧିକ ପ୍ରଦୂଷିତ ୧୦ଟି ସହର ମଧ୍ୟରେ କେବଳ ଭାରତରେ ରହିଛି ୮ଟି ସହର। ତେବେ ବାୟୁମାନ ଦୃଷ୍ଟିରୁ ସର୍ବୋତ୍ତମ ୧୦ଟି ସହର ମଧ୍ୟରେ ଭାରତର କେବଳ ଗୋଟିଏ ସହର ସ୍ଥାନ ପାଇଛି ଏବଂ ତାହା ହେଉଛି ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରବରମ୍ (ରାଜମହେନ୍ଦ୍ରୀ)। ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୬୭୯ ସହ ସବୁଠାରୁ ଉପରେ ରହିଛି ଗୁରୁଗ୍ରାମ। ତା’ ତଳକୁ ରହିଛି ରେୱାଡ଼ି ନିକଟସ୍ଥ ଧାରୁହେଡ଼ା ସହର (ଏକ୍ୟୁଆଇ ୫୪୩) ଏବଂ ମୁଜାଫରପୁର (ଏକ୍ୟୁଆଇ ୩୧୬)। ତାଲିକାରେ ରହିଥିବା ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ହେଉଛନ୍ତି ଲକ୍ଷ୍ନୌ (ଏକ୍ୟୁଆଇ ୨୯୮), ଡିଆର୍‌ସିସି ଆନନ୍ଦପୁର, ବେଗୁସରାଇ (୨୬୯), ଭୋପାଳ ଚୌରାହା, ଦେୱାସ (୨୬୬), ଖଡ଼କପଦା, କଲ୍ୟାଣ (୨୫୬), ଦର୍ଶନ ନଗର, ଛାପ୍ରା (୨୩୯)। ଏହି ତାଲିକାରେ ଚୀନ୍‌ର ଲୁଝୁ ଅନ୍ତର୍ଗତ ସାଓସିସାଙ୍ଗ ବନ୍ଦର (୨୬୨) ଏବଂ ମଙ୍ଗୋଲିଆର ବାୟାଙ୍ଖୋସୁ ମଧ୍ୟ ସ୍ଥାନ ପାଇଛନ୍ତି।

Show More

Related Articles

Back to top button