Breaking PLUSଦେଶ ବିଦେଶମୁଖ୍ୟ ଖବର

ଅମ୍ଲଜାନ ସମସ୍ୟା ଦୂର କରିବାକୁ ପ୍ରସ୍ତୁତି ଆରମ୍ଭ କଲା ବାୟୁସେନା

ଦେଶରେ କରୋନା ସଂକଟ ମଧ୍ୟରେ ଅମ୍ଲଜାନର ଅଭାବ ବଢ଼ିଚାଲିଛି । ମହାରାଷ୍ଟ୍ରରେ ଅମ୍ଲଜାନ ଅଭାବରୁ ବୁଧବାର ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ବିଦେଶରୁ ଅମ୍ଲଜାନ ଆଣିବା ଲାଗି ବାୟୁସେନାର ପ୍ରସ୍ତୁତି ହେବ ।

ଦେଶରେ କରୋନା ସଂକଟ ମଧ୍ୟରେ ଅମ୍ଲଜାନର ଅଭାବ ବଢ଼ିଚାଲିଛି । ମହାରାଷ୍ଟ୍ରରେ ଅମ୍ଲଜାନ ଅଭାବରୁ ବୁଧବାର ୨୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ବିଦେଶରୁ ଅମ୍ଲଜାନ ଆଣିବା ଲାଗି ବାୟୁସେନାର ପ୍ରସ୍ତୁତି ହେବ । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ବିଦେଶରୁ ଅମ୍ଲଜାନ କଣ୍ଟେନର୍ସ ଆଣିବାକୁ କେନ୍ଦ୍ର ସରକାର ବାୟୁସେନାର ସହଯୋଗ ଲୋଡ଼ିପାରନ୍ତି । ସରକାର ବିଦେଶରୁ କଣ୍ଟେନର୍ସ ଆଣିବା ଲାଗି ଭାରତୀୟ ବାୟୁସେନାର ଉପଯୋଗକୁ ବିକଳ୍ପ ଭାବେ ଚୟନ କରିପାରନ୍ତି । ଦେଶରେ ଅମ୍ଳଜାନ ଯୋଗାଇବା ଲାଗି କଣ୍ଟେନର୍ସ ଆଣିବାକୁ ବାୟୁସେନାର ବ୍ୟବହାର କରାଯାଇପାରିବ ।

ସୂତ୍ର ଅନୁସାରେ ଅମ୍ଲଜାନ ଉପଲବ୍ଧ ଅଛି । କିନ୍ତୁ ତାକୁ ନେଇଯିବା ପାଇଁ ପରିବହନର ସମସ୍ୟା ଦେଖାଯାଉଛି । ଫଳରେ ବାୟୁସେନାର ସହଯୋଗରେ କଣ୍ଟେନର୍ସଗୁଡ଼ିକୁ ବିଦେଶରୁ ଅଣାଯାଇପାରିବ । ଏହା ଦ୍ୱାରା ଦେଶରେ ଦେଖାଯାଇଥିବା ଅମ୍ଳଜାନ ଅଭାବକୁ ସହଜରେ ଦୂର କରାଯାଇପାରିବ ।

ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା କରୋନା ସଂକଟ କାଳରେ ବିଭିନ୍ନ ଅଂଚଳରେ ଅମ୍ଲଜାନ କଣ୍ଟେନର୍ସ, ସିଲିଣ୍ଡର, ଔଷଧ, ସ୍ୱାସ୍ଥ୍ୟ ଉପକରଣ ଯୋଗାଇଛି । ଦିଲ୍ଲୀର କୋଭିଡ କେନ୍ଦ୍ର ଲାଗି ବାଙ୍ଗାଲୁରୁ ଠାରୁ ଡିଆରଡିଓର ଅମ୍ଲଜାନ କଣ୍ଟେନରକୁ ଏୟାରଲିଫ୍ଟ ଦେଇଛି । ଡିଆରଡିଓ ମଧ୍ୟ ହସ୍ପିଟାଲ ଆଦି ନିର୍ମାଣ କାମରେ ସହଯୋଗ କରୁଛି ।

Show More

Related Articles

Back to top button