Breaking PLUSଦେଶ ବିଦେଶମୁଖ୍ୟ ଖବର

କରୋନାରେ ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅ ଆଶିଷଙ୍କ ପରଲୋକ

ମହାମାରୀ କରୋନା ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି

ମହାମାରୀ କରୋନା ନେଇଛି ସିପିଆଇଏମ୍ ନେତା ସୀତାରାମ ୟେଚୁରୀଙ୍କ ବଡ଼ ପୁଅଙ୍କ ଜୀବନ । ଆଜି ସକାଳୁ ତାଙ୍କ ପୁଅ ଆଶିଷ ୟେଚୁରୀ କରୋନା ସଂକ୍ରମିତ ହୋଇ ଆଖି ବୁଜିଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ମୃତ୍ୟୁ ବେଳକୁ ଆଶିଷଙ୍କୁ 35ବର୍ଷ ହୋଇଥିଲା । ଏଭଳି ଦୁଃଖ ସମୟରେ ତାଙ୍କ ପରିବାରକୁ ସାହସ ଓ ତାଙ୍କ ପୁଅକୁ ଚିକିତ୍ସା କରିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୀତାରାମ ୟେଚୁରୀ । ତାଙ୍କ ପୁଅଙ୍କ ବିୟୋଗରେ ବିଭିନ୍ନ ଦଳର ବହୁ ରାଜନୈତା ସମବେଦନା ଜଣାଇଛନ୍ତି ।

Show More

Related Articles

Back to top button