Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବର

ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ରଜତ କରଙ୍କ ପରଲୋକ

ଆଉ ନାହାନ୍ତି ପଦ୍ମଶ୍ରୀ ରଜତ କର। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତକୁ ନେଇ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି। ୮୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ରଜତ କରଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି। ତାଙ୍କର ପ୍ରଖ୍ୟାତ ପୁସ୍ତକଗୁଡିକ ହେଲା ଜନ ଜୀବନରେ ଜଗନ୍ନାଥ, ଅନନ୍ୟ ଜଗନ୍ନାଥ ଅନୁଭୁତିରେ. ଅନ୍ଧପୁଟୁଳି, ଚନ୍ଦନ ହଜୁରୀ, ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ବାଇଶି ପାବଚ୍ଛ ଇତ୍ୟାଦି । ଶିକ୍ଷାବିତ ଭାବେ ଜଣାଶୁଣା ରଜତ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ ସେ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଟିଭି ଓ ରେଡିଓରେ ରଥଯାତ୍ରାର ଧାରା ବିବରଣୀ ଦେବା କ୍ଷେତ୍ରରେ ସାରା ରାଜ୍ୟରେ ପରିଚିତ ଲାଭ କରିଥିବା ରଜତ କରଙ୍କ ବିୟୋଗରେ ସମସ୍ତେ ସ୍ତମ୍ବୀଭୁତ ହୋଇଛନ୍ତି । ୨ ଅକ୍ଟୋବର ୧୯୩୪ର ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ମିଳିଥିଲା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର । ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ସଂସ୍କୃତି ଉପରେ ପ୍ରଚଣ୍ଡ ଜ୍ଞାନର ଅଧିକାରୀ ଥିଲେ ପଦ୍ମଶ୍ରୀ ରଜତ କର ।

 

 

Show More

Related Articles

Back to top button