ଓଡ଼ିଶାବ୍ୟକ୍ତିତ୍ୱ

ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ରଜତ କରଙ୍କ ପରଲୋକ

ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି

ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ତଥା ପଦ୍ମଶ୍ରୀ ରଜତ କରଙ୍କ ରବିବାର ପରଲୋକ ଘଟିଛି। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ରଜତ କର ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ହୃଦଘାତରେ ତାଙ୍କ ପରଲୋକ ଘଟିଥିବା ନେଇ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି।

ଓଡିଆ ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅତୂଳନୀୟ ଅବଦାନ ରହିଛି। ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଥିଲା ବିଚକ୍ଷଣ ପାଣ୍ଡିତ୍ୟ।

Show More

Related Articles

Back to top button