ଓଡ଼ିଶାସ୍ୱତନ୍ତ୍ର

ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର’ର ୪ର୍ଥ ସଂସ୍କରଣ,ମୁଖ୍ୟମନ୍ତ୍ରୀ କରିବେ ଉଦ୍‌ଘାଟନ

ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର’ର ୪ର୍ଥ ସଂସ୍କରଣ । ଆସନ୍ତା୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ‘ଓଡ଼ିଶା ଟ୍ରାଭେଲ ବଜାର’ର ୪ର୍ଥ ସଂସ୍କରଣ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହେବାକୁ ଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ତଥା ଅନ୍ତର୍ଜାତୀୟ ବଜାରରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରଚାର ଓ ପ୍ରସାର । ତେବେ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରୁ ସୂଚନା ମିଳିଛି ।

ଏଥିରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ବଢାଇବା ପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା କରାଯାଉଥିବା ପ୍ରୟାସ ତଥା ରାଜ୍ୟର ଅନ୍ୱେଷିତ ଗନ୍ତବ୍ୟସ୍ଥଳକୁ ଲୋକପ୍ରିୟ କରିବା ପାଇଁ ଭ୍ରମଣ ଏବଂ ପର୍ଯ୍ୟଟନ ଶିଳ୍ପର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରକାଶ ଯେ ଓଡ଼ିଶା ଟ୍ରାଭେଲ ବଜାରରେ ଘରୋଇ ଏବଂ ବିଦେଶୀ ଟୁର୍ ଅପରେଟର୍ସଙ୍କ ସହିତ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶାର ବିଭିନ୍ନ ଟୁର ଅପେରଟର୍ସ, ହୋଟେଲିୟରଙ୍କ ମଧ୍ୟରେ ବି୨ବି ଓ ବି୨ଜି ବୈଠକ ଉପରେ ଧ୍ୟାନ ଦିଆଯିବ ।

ଏହା ସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଚିତ କରିବା ପାଇଁ ପର୍ଯ୍ୟଟନସ୍ଥଳୀ ଭ୍ରମଣର ବ୍ୟବସ୍ଥା କରାଯିବ । ଇଭେଣ୍ଟ ସମୟରେ ନିବେଶକ ଏବଂ ଏୟାରଲାଇନ୍ସ ଅପରେଟର୍ସ ସହିତ ବି୨ଜି ମିଟିଂ ମଧ୍ୟ ଯୋଜନା କରାଯାଇଛି । ଦେଶ ଓ ବିଦେଶର ବିକ୍ରେତାମାନେ ଏହି ୩ ଦିନିଆ ପ୍ରଦର୍ଶନୀରେ ସେମାନଙ୍କ ପର୍ଯ୍ୟଟନ ସମ୍ବନ୍ଧୀୟ ଉତ୍ପାଦ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଏଥିରେ ବାଂଲାଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ ଭଳି ଦେଶରୁ ପ୍ରାୟ ୨୫ଟି ବିଦେଶୀ ଟୁର୍ ଅପରେଟର୍ସ ଅଂଶଗ୍ରହଣ କରିବେ

। ସେହିଭଳି ଐରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଦେହରାଦୁନ୍‌, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳାଗିରି, ମୁମ୍ବାଇ, ନାଗପୁର, ନାସିକ୍‌, ନୂଆଦିଲ୍ଲୀ ଓ ଏନ୍‌ସିଆର, ପଞ୍ଜିମ, ପୁଣେ, ରାୟପୁର, ରୋହତକ, ସିଲିଗୁରୀ, ସୁରେନ୍ଦ୍ରନଗର, ଥିରୁବନନ୍ତପୁରମ୍ ଏବଂ ବିଶାଖାପାଟନମ୍ ଭଳି ସ୍ଥାନମାନଙ୍କର ଟୁର ଅପରେଟର୍ସମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗର ଓଏସ୍‍ଡି ଅଂଶୁମାନ ରଥ, ଜେ କେ ମହାନ୍ତି, ସହକାରୀ ଚେୟାରମ୍ୟାନ୍‌, ଏଫ୍‌ଆଇସିସିଆଇ, ପର୍ଯ୍ୟଟନ ଏବଂ ଆତିଥ୍ୟ କମିଟି ଏବଂ ସିଏମ୍‌ଡି,ସ୍ୱସ୍ତୀ ଗୃପ ଅଫ୍ ହୋଟେଲସ୍‍ ପର୍ଯ୍ୟଟନ ତଥା ପର୍ଯ୍ୟଟନ ଶିଳ୍ପର ହିତାଧିକାରୀମାନଙ୍କ ସହ ଯୋଗାଯୋଗ କ୍ଷେତ୍ରରେ ଓଡିଶା ଟ୍ରାଭେଲ ବଜାରର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ ।

Show More

Related Articles

Back to top button