ଦେଶସ୍ୱତନ୍ତ୍ର

ସୁନା ଛାଉଣିରେ ଛାଉଣୀ ହେଲା କେଦାରନାଥ ମନ୍ଦିର ଗର୍ଭଗୃହ

ସୁନା ଛାଉଣିରେ ଛାଉଣୀ ହେଲା କେଦାରନାଥ ମନ୍ଦିର ଗର୍ଭଗୃହ । ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲାବଳେ ଗତକାଲି ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟରେ ନିୟୋଜିତ ଥିଲେ ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ।

ମାପଚୁପ, ସୁନା ଚାଦର ଲଗାଇବା ପାଇଁ ପଥର କାନ୍ଥ ପ୍ରସ୍ତୁତି ଆଦି ପ୍ରାରମ୍ଭିକ କାର୍ଯ୍ୟ ଦେଢ଼ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ପ୍ରାୟ ୧ ସପ୍ତାହ ତଳେ ରୂର୍‌କୀସ୍ଥିତ ‘ସେଣ୍ଟ୍ରାଲ୍‌ ବିଲ୍‌ଡିଙ୍ଗ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ ‘ଆଇଆଇଟି-ରୂର୍‌କୀ’ ଏବଂ ‘ଏଏସ୍‌ଆଇ’ର ୬ଜଣିଆ ସଦସ୍ୟ ଟିମ୍‌ ମନ୍ଦିର ପର୍ଯ୍ୟବେକ୍ଷଣ କରିଥିଲେ। ସେମାନଙ୍କ ପରାମର୍ଶକ୍ରମେ ସୁନା ଛାଉଣି କରାଯାଇଥିଲା।

ଏହା ପୂର୍ବରୁ ୨୦୧୭ରେ କେଦାରନାଥ ମନ୍ଦିରର ଗର୍ଭଗୃହ କାନ୍ଥକୁ ୨୩୦ କିଲୋ ରୁପାରେ ଆଚ୍ଛାଦିତ କରାଯାଇଥିଲା। ସୁନା ଛାଉଣି କରାଯିବା ପାଇଁ ରୁପା ଛାଉଣି କଢ଼ାଯାଇ ମନ୍ଦିରର ଭିତର ପରିଚ୍ଛନ୍ନ କରାଯାଇଥିଲା। ସୁନା ଚାଦରର ସଠିକ ମାପ ପାଇବା ପାଇଁ ପ୍ରଥମେ କାନ୍ଥରେ ତମ୍ବା ଫିଟିଙ୍ଗ୍‌ ଲଗାଯାଇଥିଲା। ରୁପା ଛାଉଣି ପାଇଁ ଯେତେ ରୁପା ଲାଗିଥିଲା ସୁନା ଛାଉଣି ପାଇଁ ତା’ଠାରୁ ଅଧିକ ସୁନା ଲାଗିଛି।

 

Show More

Related Articles

Back to top button