ଦେଶ ବିଦେଶବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର

କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଏମ୍‌ସିଏଲ୍‌

ତାଳଚେର : କୋଇଲା ଉତ୍ପାଦନରେ ନୂଆ ରେକର୍ଡ ହାସଲ କରିଛି ଟିମ୍‌ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)। ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ ମିଲିୟନ ଟନ୍‌ କୋଇଲା ଉତ୍ପାଦନ ଲକ୍ଷ୍ୟକୁ ଏମ୍‌ସିଏଲ୍‌ ଅକ୍ଟୋବର ୨୫ ତାରିଖ ସୁଦ୍ଧା ହାସଲ କରିପାରିଛି। ଫଳରେ ଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ କୋଇଲା ଉତ୍ପାଦନରେ ୨୨% ପ୍ରତିଶତ ବୃଦ୍ଧି ହେବା ସହ ୧ ମାସ ୬ ଦିନ ପୂର୍ବରୁ ୧୦୦ ମିଲିୟନ ଟନ୍‌ ଉତ୍ପାଦନ ଲକ୍ଷ୍ୟକୁ ଏମ୍‌ସିଏଲ୍‌ ଅତିକ୍ରମ କରି ନୂଆ ରେକର୍ଡ ସ୍ଥାପନ କରିଛି। ସୂଚନାନୁସାରେ, ୨୦୨୨ ଅକ୍ଟୋବର ୧୨ରେ ଅର୍ଥାତ୍‌ ୬ ମାସ ୧୨ ଦିନରେ ହିଁ ଏମ୍‌ସିଏଲ୍‌ ୧୦୦ ମିଲିୟନ ଟନ୍‌ କୋଇଲା ପ୍ରେରଣ କରି ନୂଆ ରେକର୍ଡ ହାସଲ କରିଥିଲା।

Show More

Related Articles

Back to top button