ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବର

ପୁଣି ଥରେ କଶ୍ମୀର ପଣ୍ଡିତଙ୍କୁ ହତ୍ୟା ଧମକ ଦେଲେ ଆତଙ୍କୀ

ଶ୍ରୀନଗର: କଶ୍ମୀର ପଣ୍ଡିତଙ୍କୁ ପୁଣିଥରେ ଧମକ ଦେଇଛନ୍ତି ଆତଙ୍କୀ ସଂଗଠନ। କଶ୍ମୀର ଫାଇଟ୍‌ ନାମକ ଗୋଟିଏ ଆତଙ୍କୀ ସଂଗଠନ ବିସ୍ଥାପିତ ହୋଇ ସରକାରୀ ଚାକିରି କରୁଥିବା କଶ୍ମୀର ପଣ୍ତିତଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ପକ୍ଷରୁ ଅଧିକ ମାତ୍ରାରେ ଟାର୍ଗେଟ କିଲିଂ କରାଯିବ ବୋଲି ଚେତାବନୀ ଦିଆଯାଇଛି।

କଶ୍ମୀର ପଣ୍ଡିତଙ୍କ ଉଦ୍ଦେଶ୍ୟରେ ଆତଙ୍କୀ ସଂଗଠନ ଗୋଟିଏ ଚିଠି ଜାରି କରିଛି। ଏଥିରେ ଆତଙ୍କୀମାନେ କଶ୍ମୀର ପଣ୍ଡିତମାନଙ୍କ ପାଇଁ ତିଆରି ହୋଇଥିବା ଟ୍ରାନ୍ସିଟ କଲୋନୀକୁ ଶ୍ମଶାନରେ ପରିଣତ କରିଦେବେ ବୋଲି ଧମକ ଦିଆଯାଇଛି।

କଶ୍ମୀର ପଣ୍ଡିତ ସରକାରୀ କର୍ମଚାରୀଙ୍କ ପାଇଁ ବାରମୁଲ୍ଲା ଓ ବାନ୍ଦିପୋରାରେ ଟ୍ରାନ୍ସିଟ କଲୋନୀ ତିଆରି କରାଯାଉଛି। ଏଠାରେ ତିଆରି ଚାଲିଥିବା ବିଲଡିଂଗୁଡ଼ିକୁ ଦେଖିବା ପାଇଁ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ଯାଇଥିଲେ। ତାଙ୍କ ଗସ୍ତର କିଛି ଘଣ୍ଟା ପରେ କଶ୍ମୀର ଫାଇଟ ତରଫରୁ ଏପରି ଧମକ ମିଳିଛି।

ଚିଠିରେ ସଂଗଠନ କହିଛି ଯେ “ବେଆଇନ ଭାବେ ଭାରତ ଦଖଲ କରିଥିବା ଜମ୍ମୁ-କଶ୍ମୀର(ଆଇଆଇଓଜେକେ)ରେ ଅବସ୍ଥାପିତ କଣ୍ଢେଇ ଶାସନ ପ୍ରଧାନମନ୍ତ୍ରୀ ପ୍ୟାକେଜର ଲୋଭ ଦେଖାଇ ବିକାଶର ସ୍ୱପ୍ନ କଥା କହୁଛି। କିନ୍ତୁ ସେମାନଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇ ସାରିଥିବା ସେମାନେ ଭୁଲି ଯାଉଛନ୍ତି। ଆମେ ଯେଉଁ ଲିଷ୍ଟ ଅପଲୋଡ କରିଛୁ, ସେଇଟା କେବଳ ଗୋଟିଏ ତାଲିକା ନୁହେଁ। ଏହା ଦୁଇଟି ଯାକ ସାଇଟ୍‌ରେ ନିର୍ମାଣ ଚାଲିଥିବା ପିଏମ ପ୍ୟାକେଜ ବିରୋଧରେ ଆମର ଚେତାବନୀ। କେହି ବି ଦଖଲକାରୀଙ୍କ ମିଛ ପ୍ରତିଶ୍ରୁତିରେ ବିଶ୍ୱାସ କରନ୍ତୁ ନାହିଁ।”

କଶ୍ମୀର ଫାଇଟ ସଂଗଠନ ନୂଆ ଟ୍ରାନ୍ସିଟ କଲୋନୀର ନିର୍ମାଣ କାମରେ ସାମିଲ ଥିବା ଠିକାଦାରଙ୍କୁ ମଧ୍ୟ ଧମକ ଦେଇଛି। କଶ୍ମୀର ପଣ୍ଡିତ ସରକାରୀ କର୍ମଚାରୀଙ୍କ ତାଲିକା ଜାରି କରି ସଂଗଠନ ନିର୍ମାଣ ଚାଲିଥିବା କଲୋନୀକୁ ଇସ୍ରାଏଲ ଭଳି ଷ୍ଟେଟଲମେଣ୍ଟ ବୋଲି କହିଛି।

ସଂଗଠନ କହିଛି, “ସମସ୍ତେ ମନେ ରଖନ୍ତୁ ଯେତେବେଳେ ମହାସାଗର ଗର୍ଜନ କରିବ ସେତେବେଳେ ସବୁ କିଛି ଧ୍ୱଂସ ପାଇଯିବ। ଟାର୍ଗେଟରେ ଥିବା ସବୁ କିଛି ମାଟିରେ ମିଶିବ। ତେଣୁ ଏଥିପାଇଁ ପ୍ରସ୍ତୁତ ରୁହ। ରେଜିଷ୍ଟାନ୍ସ ଯୋଦ୍ଧାମାନେ କେବେ ହେଲେ ଇସ୍ରାଏଲ ଭଳି ଷ୍ଟେଟଲମେଣ୍ଟକୁ ଆଇଇଓଜେକେରେ ହେବାକୁ ଦେବେନି। ଯେଉଁମାନେ ଏଥିରେ ସାମିଲ ଥିବେ, ସେମାନଙ୍କୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ। ଯେଉଁ କଣ୍ଟ୍ରାକ୍ଟରମାନେ ଏହି ସୁଉଚ୍ଚ ବିଲଡିଂକୁ ତିଆରି କରୁଛନ୍ତି, ସେମାନେ ମଧ୍ୟ ବର୍ତ୍ତିବେ ନାହିଁ।

 

Show More

Related Articles

Back to top button