ଜୀବନଚର୍ଯ୍ୟାଦେଶ ବିଦେଶମୁଖ୍ୟ ଖବରରାଜନୀତି

୩୯ ଜଣଙ୍କ ଜୀବନ ନେଲାଣି ବିଷାକ୍ତ ମଦ: ପିଇବ ତ ମରିବ, ନୀତୀଶ କୁମାର

ପାଟନା: ମଦ ବ୍ୟାନ ବିହାରରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସାରନ ଜିଲ୍ଲାରେ ବିଷାକ୍ତ ମଦ ଇତି ମଧ୍ୟରେ ୩୯ ଜଣଙ୍କ ଜୀବନ ନେଇ ସାରିଲାଣି। ସେହିପରି ଅନେକ ଲୋକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ ପୂରା ବିହାରରେ ହଇଚଇ ଦେଖାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ଼ ବୟାନ ଦେଇଛନ୍ତି।

ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର କ୍ଷତି ପୂରଣ ଦେବାର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ବିରକ୍ତି ପ୍ରକାଶ କରିଛନ୍ତି। ଯିଏ ମଦ ପିଇବେ, ସେ ତ ମରିବ ନା। ଉଦାହରଣ ସମସ୍ତଙ୍କ ଆଗରେ ରହିଛି। ପିଇବ ତ ମରିବ ବୋଲି ନୀତୀଶ କୁମାର କହିଛନ୍ତି।

ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ନୀତୀଶ କୁମାରଙ୍କୁ ଆଜି ସମ୍ଭାବ୍ୟ କ୍ଷତିପୂରଣ ସମ୍ପର୍କରେ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଗତଥର ଯେତେବେଳେ ଲୋକେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିଲେ କିଛି ଜଣ କ୍ଷତିପୂରଣ ଦେବାକୁ କହିଥିଲେ। କିନ୍ତୁ ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ଯଦି କେହି ମଦ ପିଇବେ, ତ’ହେଲେ ସେମାନେ ପ୍ରାଣ ହରାଇବେ। ଉଦାହରଣ ଭାବେ ଆପଣ ସବୁ କିଛି ଦେଖୁଛନ୍ତି। ବିହାରରେ ମଦ ବ୍ୟାନ ହୋଇଛି। ଆଇନକୁ କାର୍ଯ୍ୟକାରୀ କରିବାକୁ ସମସ୍ତଙ୍କୁ ସତର୍କ କରାଯାଉଛି।

ଆମ ତରଫରୁ ସବୁ ପ୍ରୟାସ କରାଯାଉଛି। ମଦ କେତେ କ୍ଷତି କାରକ, ତା’ର ରିସର୍ଚ୍ଚ ରିପୋର୍ଟ ସମସ୍ତଙ୍କ ଘରକୁ ପଠା ଯାଇଥିଲା। ତଥାପି କିଛି ଲୋକ ମଦ ପିଉଛନ୍ତି ଓ ବ୍ୟବସାୟ କରୁଛନ୍ତି। ମଦ ବ୍ୟାନ ହୋଇଛି। ତଥାପି ଏହାକୁ କିଛି ଲୋକ ତିଆରି କରୁଛନ୍ତି ମାନେ କିଛି ତ ଗଡ଼ବଡ଼ ରହିବ।

ଏକଥା ଲୋକମାନେ ବୁଝିବା ଦରକାର। ମଦ କ୍ଷତି କାରକ ଓ ଏହା ଲୋକଙ୍କ ଜୀବନ ନେଉଛି। ମଦ ପିଇବ, ତେବେ ମରିବ। ତେଣୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା କଥା। ଏଥିସହ ଯେଉଁଠାରେ ଏସବୁ ଘଟଣା ଘଟୁଛି, ସେଠାକୁ ଯାଇ ଲୋକଙ୍କୁ ବୁଝାଇବା ପଡ଼ିବ।

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ମଦ ବିରୋଧରେ ଆମେ କେତେ ବଡ଼ ଅଭିଯାନ ଚଳାଇଥିଲୁ। ଏବେ ବି ନିୟମିତ ଭାବେ ଅଭିଯାନ ଚାଲିଛି। ତଥାପି କିଛି ଲୋକ ଗଡ଼ବଡ଼ କରୁଛନ୍ତି। ମୁଁ ଆମ ଅଧିକାରୀଙ୍କୁ କହିଛି ଯେ ଗରିବ ଲୋକଙ୍କୁ ଧରନାହିଁ। ଯେଉଁମାନେ ମଦ ତିଆରି କରୁଛନ୍ତି ଓ ବିକ୍ରି କରୁଛନ୍ତି ସେମାନଙ୍କୁ ଧ‌ର। କାମ ଆରମ୍ଭ କରିବାକୁ ଲୋକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଦେବାକୁ ରାଜି ଅଛୁ। ଯଦି ଦରକାର ପଡ଼ିବ ଆର୍ଥିକ ସହାୟତାର ପରିମାଣ ବୃଦ୍ଧି କରାଯିବ। କିନ୍ତୁ କେହି ବି ବେଆଇନ ମଦ କାରବାରରେ ସାମିଲ ହୁଅନ୍ତୁ ନାହିଁ। ୨୦୧୬ରୁ ବିହାରରେ ନୀତୀଶ ସରକାର ମଦ ବ୍ୟାନ କରିଛନ୍ତି। ତଥାପି ଅନେକ ସମୟରେ ବିଷାକ୍ତ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।

Show More

Related Articles

Back to top button