ଓଡ଼ିଶା
ଗ୍ରୀସର କ୍ରେଟେ ଦ୍ୱିପରେ ଭୟଙ୍କର ଭୂକମ୍ପ,ସୁନାମୀ ସମ୍ଭାବନା

ଭୟଙ୍କର ଭୂକମ୍ପରେ ଥରିଲା ଗ୍ରୀସର କ୍ରେଟେ ଦ୍ୱିପ । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୫ ରେକର୍ଡ । ଭୂକମ୍ପ ପରେ ଅଶାନ୍ତ ହୋଇପଡିଛି ସମୁଦ୍ର । ସୁନାମୀ ଆସିବା ସମ୍ଭାବନା । ଏନେଇ ପାଣିପାଗ ବିଜ୍ଞାନୀ ପକ୍ଷରୁ ଆଶଙ୍କା କରାଯାଉଛି । ଏଥିପାଇଁ ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବା ସହିତ ତଟବର୍ତ୍ତୀ ଅଞ୍ଚଳରୁ ସୁରକ୍ଷିତ ଭାବେ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି।
ସୋମବାର ସ୍ଥାନୀୟ ସମୟ ଅନୁସାର ଦିପ୍ରହର ୧.୨୫ରେ ଗ୍ରୀସ ସାଇଟିଆର ଉତ୍ତର-ପୂର୍ବରରେ ୬୦ କିମି(୩୭ ମାଇଲ୍) ଭୂମିକମ୍ପ ହୋଇଥିଲା। ଇରୋପିଆନ ମେଡିଟେରେନିୟନ ସେସମୋଲୋଜିକାଲ ସେଣ୍ଟର(EMSC)ର ସୂଚନା ଅନୁସାରେ ଏହା ୮୦ କିମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା। ହି ଭୂମିକମ୍ପର ଶକ୍ତିଶାଳୀ ପ୍ରଭାବରେ ଉତ୍ତର ଆଫ୍ରିକାରେ ମଧ୍ୟ ଏହାର ଝଟକା ଅନୁଭୂତ ହୋଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।