ଓଡ଼ିଶା

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଅର୍ଥମନ୍ତ୍ରୀଙ୍କ ବଜେଟ୍ ପୂର୍ବ ପ୍ରସ୍ତୁତି ବୈଠକ

ଫେବ୍ରୁଆରୀ ପହିଲାରେ ୨୦୨୩-୨୪ ବର୍ଷ ପାଇଁ ସଂସଦରେ ବଜେଟ୍ ଆଗତ ହେବ। ଏଥିପାଇଁ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଅର୍ଥମନ୍ତ୍ରୀଙ୍କ ବଜେଟ୍ ପୂର୍ବ ପ୍ରସ୍ତୁତି ବୈଠକ । ଆଜି ଭିଡିଓ କନଫରେନ୍ସି ମାଧ୍ୟମରେ ଦେଶର ବ୍ୟବସାୟୀ, ନିର୍ମାଣ ବିଶେଷଜ୍ଞ ଏବଂ ପରିବେଶବିତଙ୍କ ସହିତ ଆଲୋଚନା କରି ବଜେଟ୍ ପରାମର୍ଶ ଲୋଡ଼ିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଟ୍ୱିଟରେ ଲେଖାଯାଇଛି ଯେ ‘ଅର୍ଥମନ୍ତ୍ରୀ ତାଙ୍କର ପ୍ରଥମ ବଜେଟ ପୂର୍ବ ପରାମର୍ଶ ବୈଠକ ୨୦୨୩ରେ ଯୋଗ ଦେବେ। ପୂର୍ବାହ୍ନ ଓ ଅପରାହ୍ନରେ ଦୁଇଟି ଗ୍ରୁପରେ ଉଦ୍ୟୋଗ ନେତୃତ୍ୱ, ନିର୍ମାଣ ବିଶେଷଜ୍ଞ ଓ ପରିବେଶବିତଙ୍କ ସହିତ ଏହି ବୈଠକ ହେବ।’ତେବେ ଆଜିର ବୈଠକରେ  ଉଦ୍ୟୋଗ ନେତୃତ୍ୱ, ନିର୍ମାଣ ବିଶେଷଜ୍ଞ ଓ ପରିବେଶବିତଙ୍କ ଆଲୋଚନା କରିବେ। ଆସନ୍ତାକାଲି କୃଷି ଓ କୃଷିଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଉଦ୍ୟୟମାନ ଉଦ୍ୟୋଗ, ଆର୍ଥିକ ବିଭାଗ ଓ କେପିଟାଲ ମାର୍କେଟ(ପୁଞ୍ଜି ବଜାର)ର ପ୍ରତିନିଧିଙ୍କ ସହିତ ବୈଠକ କରିବେ।

ଏହାପରେ ନଭେମ୍ବର ୨୪ ତାରିଖରେ ସେବା କ୍ଷେତ୍ର(ସର୍ଭିସ ସେକ୍ଟର), ଏବଂ ବାଣିଜ୍ୟିକ ସଂସ୍ଥା ସମେତ ସୋସିଆଲ୍ ସେକ୍ଟର ଯଥା-ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଓ ସ୍ୱଚ୍ଛତା ଏକ୍ସପର୍ଟଙ୍କ ସହ ବୈଠକ କରିବେ । ସେହିପରି ନଭେମ୍ବର ୨୮ ତାରିଖରେ ବାଣିଜ୍ୟିକ ପ୍ରତିନିଧି ଏବଂ ଅର୍ଥନୀତିଜ୍ଞଙ୍କ ସହିତ ବଜେଟ ପୂର୍ବ ବୈଠକ ଆୟୋଜନ କରିବାର ଯୋଜନା ରହିଛି ।

 

Show More

Related Articles

Back to top button