୧୮ରୁ ବଢିବ ଶୀତର ପ୍ରକୋପ
ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଶୀତର ପ୍ରଭାବ ଅନୂଭୁତ ହେବ। ତେବେ ଆସନ୍ତା ୨-୩ଦିନ ରାଜ୍ୟରେ ପାଗର ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆଜି ଆନ୍ଧ୍ର ଉପକୂଳ ଓ ତାମିଲନାଡ଼ୁର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଶୀତର ପ୍ରଭାବ ଅନୂଭୁତ ହେବ। ତେବେ ଆସନ୍ତା ୨-୩ଦିନ ରାଜ୍ୟରେ ପାଗର ବିଶେଷ ପରିବର୍ତ୍ତନ ହେବ ନାହିଁ । ୧୮ରୁ ତାପମାତ୍ରା କମିବା ସହିତ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ଅପରପକ୍ଷେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଆସନ୍ତା ୩ରୁ ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜଧାନୀ ଭୁବନେଶ୍ୱର ସବନିମ୍ନ ତାପମାତ୍ରା ୨୦ଂ ସେଲସିୟସ୍ ରହିବ ବୋଲି କେନ୍ଦ୍ର ଆକଳନ କରିଛି।
ରବିବାର ରାଜ୍ୟର ୫ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ଂ ସେଲସିୟସ୍ ତଳେ ରହିଥିଲା । ଦାରିଙ୍ଗବାଡ଼ିରେ ୧୨.୫ଂ ସେଲସିୟସ୍ ଥିବା ବେଳେ କୋରାପୁଟରେ ୧୩ଂ ସେଲସିୟସ୍, ସୋନପୁରରେ ୧୩.୬ଂ ସେଲସିୟସ୍, ଫୁଲବାଣୀରେ ୧୪ଂ ସେଲସିୟସ୍ ଓ ଅନୁଗୁଳର ୧୪.୬ଂ ସେଲସିୟସ୍ ସର୍ବନିମ୍ନ ତାପମାତ୍ରା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।