ଓଡ଼ିଶାପାଣିପାଗ

୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା,ଏଣିକି ବୃଦ୍ଧି ପାଇବ ଶୀତ

୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ରାଜ୍ୟରେ ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା । ଫଳରେ ଥଣ୍ଡା ଅନୁଭୂତ ହେବ ।  ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମନ୍ୟ ଥଣ୍ଡା ହେଉଛି। କିନ୍ତୁ ଦୁଇ ତିନି ମଧ୍ୟରେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ହେବା ସହିତ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବେଶ କରିବ। ଏହାର ଶକ୍ତି ବଢ଼ିବା ଯୋଗୁଁ ରାଜ୍ୟକୁ ଆସୁଥିବା ସାମୁଦ୍ରିକ ବାୟୁ ଦୁର୍ବଳ ହେବ ଓ ଶୀତ ବୃଦ୍ଧି ପାଇବ। ଏହା ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଜି ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ସିମିଳିଗୁଡ଼ାରେ ୧୨.୯ ଓ ବୌଦ୍ଧରେ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି।

Show More

Related Articles

Back to top button