ଖେଳପାଣିପାଗମୁଖ୍ୟ ଖବରସ୍ୱତନ୍ତ୍ର

ଇଂଲଣ୍ଡ-ପାକିସ୍ତାନ ଫାଇନାଲ ଲଢେଇରେ ବର୍ଷାର ଆଶଙ୍କା, ନିୟମରେ ହେଲା ପରିବର୍ତ୍ତନ

ମେଲବର୍ଣ୍ଣ: ଆସନ୍ତାକାଲି ଚଳିତ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍‌ ମେଲବର୍ଣ୍ଣରେ ଖେଳାଯିବ। ପାକିସ୍ତାନ ଓ ଇଂଲଣ୍ଡ ୧୯୯୨ ଦିନିକିଆ ବିଶ୍ୱକପ ଭଳି ୨୦୨୨ରେ ଟି-୨୦ ବିଶ୍ୱକପ ଟ୍ରଫି ପାଇଁ ଲଢ଼େଇ କରିବେ। ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ ଟିକେଟ ହାତେଇଥିବା ବେଳେ ଇଂଲଣ୍ଡ ଏକତରଫା ଭାବେ ଭାରତକୁ ମାତ ଦେଇ ଫାଇନାଲକୁ ଯାଇଛି।

କିନ୍ତୁ ଏହି ଫାଇନାଲ ମ୍ୟାଚ୍ ଉପରେ ବର୍ଷାର କଳା ବାଦଲ ମାଡି ଆସିଛି। ଆସନ୍ତାକାଲି ମେଲବର୍ଣ୍ଣରେ ବର୍ଷାର ଆଶଙ୍କା ରହିଛି। ବର୍ଷା ପାଇଁ ପୂର୍ବରୁ ଆଇସିସି ସଂରକ୍ଷଣ ଦିବସର ବ୍ୟବସ୍ଥା କରିଥିଲା। ଅର୍ଥାତ ରବିବାର ମ୍ୟାଚ୍‌ ହୋଇ ନ ପାରିଲେ ସୋମବାର ଖେଳାଯିବ।

ଏସବୁ ଭିତରେ ଶନିବାର ଆଇସିସି ନିୟମରେ କିଛି ପରିବର୍ତ୍ତନ କରିଛି। ଆଇସିସି ପକ୍ଷରୁ କୁହାଯାଇଛି ଯେ, ଦ ଇଭେଣ୍ଟ ଟେକ୍ନିକାଲ କମିଟି(ଇଟିସି) ସଂରକ୍ଷଣ ଦିବସର ମ୍ୟାଚ୍‌ ସମୟକୁ ୨ ଘଣ୍ଟାରୁ ୪ ଘଣ୍ଟାକୁ ବୃଦ୍ଧି କରିଛି। ଯଦି ଦରକାର ପଡ଼େ, ତା’ହେଲେ ମ୍ୟାଚ୍‌ର ରେଜଲ୍ଟ ପାଇଁ ଏହି ନିୟମକୁ ଲାଗୁ କରାଯିବ।

ନକଆଉଟ ଷ୍ଟେଜରେ ମ୍ୟାଚର ରେଜଲ୍ଟ ପାଇଁ ପର ସାଇଡ୍‌ ଅତିକମରେ ୧୦ ଓଭର ଖେଳିବେ। ୧୦ ଓଭର ପରେ ହିଁ ମ୍ୟାଚ୍‌ର ରେଜଲ୍ଟ ସ୍ଥିର କରାଯିବ। ଏକଥା ପୂର୍ବରୁ ମଧ୍ୟ କୁହାଯାଇଥିଲା। ଧାର୍ଯ୍ୟ ଦିନରେ ମ୍ୟାଚ ଶେଷ କରିବାକୁ ସବୁ ପ୍ରକାରର ଚେଷ୍ଟା କରାଯାଉଛି।

ଏଥିପାଇଁ ଆବଶ୍ୟକ ପଡ଼ିଲେ ଓଭର ହ୍ରାସ କରି ମ୍ୟାଚ୍‌ ଅନୁଷ୍ଠିତ ହେବ। ଯଦି ରବିବାର ଧାର୍ଯ୍ୟ ଓଭର ଖେଳା ଯାଇ ନ ପାରିଲା, ତା’ହେଲେ ମ୍ୟାଚ୍‌ ସଂରକ୍ଷଣ ଦିବସ ଅର୍ଥାତ ସୋମବାରକୁ ଯିବ। ସଂରକ୍ଷଣ ଦିବସରେ ମ୍ୟାଚ୍‌ ଭାରତୀୟ ସମୟ ୯.୩୦ରୁ ଆରମ୍ଭ ହେବ। ଧାର୍ଯ୍ୟ ଦିନରେ ଯେଉଁଠି ମ୍ୟାଚ୍‌ ବନ୍ଦ ହୋଇଥିବ, ସେହିଠାରୁ ଖେଳ ଆରମ୍ଭ ହେବ ବୋଲି ଆଇସିସି କହିଛି।

 

Show More

Related Articles

Back to top button