ଦେଶସ୍ୱତନ୍ତ୍ର

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର,ନିୟମରେ ପରିବର୍ତ୍ତନ କଲେ ସରକାର

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର ଆଣିଲେ କେନ୍ଦ୍ର ସରକାର । ନିୟମରେ କରାଗଲା ପରିବର୍ତ୍ତନ । ସରକାରଙ୍କ ଦ୍ୱାରା ମାଗଣା ରାସନ ଯୋଗାଣକୁ ନେଇ ଏହାର ଫାଇଦା ହାସଲ କରୁଛନ୍ତି ଅଯୋଗ୍ୟ ଲୋକ । ଏସବୁକୁ ଦୃଷ୍ଟିରେ ରଖି  ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ମାଗଣା ରାସନ ନେଉଥିବା ଲୋକଙ୍କୁ ନିଜର ଭେରିଫିକେସନ୍ କରିବାକୁ ପଡ଼ିବ । ଏଥିପାଇଁ ୩୦ ଦିନର ସମୟ ଦିଆଯାଇଛି । ଯଦି ଯାଞ୍ଚରେ ଆପଣ ଅଯୋଗ୍ୟ ବୋଲି ଜଣାପଡେ, ତେବେ ଆପଣଙ୍କ କାର୍ଡ ବାତିଲ କରାଯିବ ।

ତେବେ ଅଯୋଗ୍ୟ ରାସନ କାର୍ଡଧାରୀଙ୍କ କାର୍ଡକୁ ସରକାର ଶୀଘ୍ର ବାତିଲ କରୁଛନ୍ତି । ଏହା ଉପରେ ଶୀଘ୍ର ଆକ୍ସନ ନିଆଯାଉଛି । ଏପର୍ଯ୍ୟନ୍ତ ବାତିଲ ହେଲାଣି ୨ କୋଟି ୪୧ ଲକ୍ଷ କାର୍ଡ । ତେବେ ୟୁପିରେ ସବୁଠାରୁ ଅଧିକ ସଂଖ୍ୟକ କାର୍ଡ ବାତିଲ କରାଯାଇଛି ।

 

Show More

Related Articles

Back to top button