Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଜଳୁଛି ସାରା ଓଡିଶା

୪୬ ଡିଗ୍ରୀ ଛୁଇଁପାରେ ପାରଦ

ନିଆଁ ବର୍ଷାରେ ରାଜ୍ୟବାସୀଙ୍କ ଜନଜୀବନ କଲବଲ । ତାତି ଆହୁରି ବଢ଼ିବ । ପାରଦ ୪୬ ଡିଗ୍ରୀ ଡେଇଁପାରେ । ଏବେ ନିସ୍ତାର ଆଶା କମ୍‌ । ମୌସୁମୀ ଓଡ଼ିଶା ନ ଛୁଇଁବା ପର୍ଯ୍ୟନ୍ତ ଏମିତି ସ୍ଥିତି ଲାଗି ରହିବ । ନା ତାତି କମିବ ନା ଗୁଳୁଗୁଳି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ୬ଟି ସହରରେ ପାରଦ ଆଜି ୪୪ ଡିଗ୍ରୀ ପାର କରିଛି । ଟିଟିଲାଗଡ଼ ଯେମିତି ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଛି । ବଲାଙ୍ଗିରରେ ସର୍ବୋଚ୍ଚ ତାପମାତ୍ରା ୪୪.୯ ଥିବା ବେଳେ ବୌଦ୍ଧରେ ୪୪.୫, ସମ୍ୱଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ ତାପମାତ୍ରା ରେକର୍ଡ କରାଯାଇଛି ।

ଉପକୂଳରେ ତାତି ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ଗୁଳୁଗୁଳି ପ୍ରକୋପ ଭୀଷଣ ରହିଛି । ମାତ୍ର ଆର୍ଦ୍ରତା ୭୦% ଉପରେ ରହୁଥିବାରୁ ୫୦ ଡିଗ୍ରୀ ଭଳି ଗରମ ଅନୁଭୂତ ହେଉଛି । ମୌସୁମୀ ନ ଆସିବା ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ । ପାଣିପାଗ ବିଭାଗ କହିବା ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି କମିବାର କୌଣସି ସମ୍ଭାବନା ଦେଖାଯାଉନି । ଶନିବାର କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣଂ ଜାରି ହୋଇଛି ।

Show More

Related Articles

Back to top button