Breaking PLUSଦେଶମୁଖ୍ୟ ଖବର
ପୁଷ୍ପା-୨ର ଟିଜର ରିଲିଜ

ବହୁ ପ୍ରତୀକ୍ଷିତ ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପା-୨ର ଟିଜର ରିଲିଜ ହୋଇସାରିଛି। ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଜି ଜନ୍ମଦିନ ଅବସରରେ ଫିଲ୍ମର ଟିଜର ରିଲିଜ କରାଯାଇଛି। ଏହି ଟିଜରରେ ଅଲ୍ଲୁ ଅର୍ଜୁନଙ୍କୁ ଭିନ୍ନ ଲୁକରେ ଦେଖିବାକୁ ମିଳୁଛି। ମୁହଁରେ ବିଭିନ୍ନ ରଙ୍ଗ, ଆଖିରେ କଳା, ମଥାରେ ଚନ୍ଦନ, ଶାଢି ପିନ୍ଧିବା ସହ ବେକରେ ଲେମ୍ବୁ ମାଳ ପକାଇ ଫାଇଟ୍ କରୁଥିବା ଦେଖିବାକୁ ମିଳିଛି। ହାତରେ ତ୍ରିଶୁଳ ଧରି ଅନେକ ଲୋକଙ୍କ ଗହଣରେ ପୁଷ୍ପା ସର୍ବ ସମ୍ମୁଖରେ ନଜର ଆସିବା ସହ ଭିନ୍ନ ଷ୍ଟାଇଲରେ ଫାଇଟ କରୁଛନ୍ତି। ଅଲ୍ଲୁଙ୍କ ଏହି ଦମଦାର ଲୁକ ଫ୍ୟାନ୍ସ ମାନଙ୍କୁ ବେଶ ଭଲ ଲାଗିଛି।