Breaking PLUSଓଡ଼ିଶାମୁଖ୍ୟ ଖବର

ଖରାରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଭୁବନେଶ୍ୱର- ରବିବାର ଅପରାହ୍ଣରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ପବନ ଆଶ୍ବସ୍ତି ଆଣିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି। ସୋମବାର ୧୨ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ହେବାକୁ ଥିବାବେଳେ ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି।
ପଶ୍ଚିମାଝଡ ପ୍ରଭାବ ଏବଂ ଏକ ନିମ୍ନ ଚାପରେଖା ଆଭ୍ୟନ୍ତରୀଣ ଓଡ଼ିଶାରୁ ଉତ୍ତର ତାମିଲନାଡୁ, ଛତିଶଗଡ, ବିଦର୍ଭ ଦେଇ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି। ଏହାର ପ୍ରଭାବରେ ରବିବାର ଅପରାହ୍ଣ ୩ଟା ବେଳକୁ ଆକାଶ ମେଘୁଆ ହେବା ସହ ବିଜୁଳି ଘଡଘଡି ଏବଂ ଝଡ଼ବର୍ଷା ହୋଇଛି। ଉପକୂଳ ସହିତ ଉତ୍ତର ଓଡ଼ିଶାର ଅନେକ ଅଞ୍ଚଳରେ କାଳବୈଶାଖୀ ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି। ଏହା ସତ୍ତ୍ବେ ମାଲକାନଗିରିରେ ସର୍ବାଧିକ ଦିନ ତାପମାତ୍ରା ୪୧.୧ ଡିଗ୍ରୀ ରେକର୍ଡ ହୋଇଛି, ଯାହାକି ରାଜ୍ୟର ସବୁଠୁ ଉତ୍ତପ୍ତ ସହର।

Show More

Related Articles

Leave a Reply

Your email address will not be published. Required fields are marked *

Back to top button