ଜୀବନଚର୍ଯ୍ୟା

ତାୱା ଓ କଡ଼ାଇ ହୋଇଥାଏ ରାହୁଙ୍କ ପ୍ରତୀକ : ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ

ହଁ ଆଜ୍ଞା ,ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ l ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ ସାବଧାନ ରଖିବା ଆବଶ୍ୟକ l ଆସନ୍ତୁ ଜାଣିବା l

* ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡ଼ାଇ ରାହୁଙ୍କ ପ୍ରତୀକ ଅଟେ l ସେଥିପାଇଁ ଏଥିରେ ବିଶେଷ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ l ତେଣୁ କେବେବି ରୁଟି ପ୍ରସ୍ତୁତ କରିବା ପରେ ଓ ତରକାରୀ ପ୍ରସ୍ତୁତ କରିବା ପରେ ସେହିପରି ଛାଡିବା ଆବଶ୍ୟକ ନୁହେଁ ,ତାହାକୁ ତୁରନ୍ତ ଧୋଇଦେଇ ରଖିବା ଆବଶ୍ୟକ l ନଚେତ ଗୃହ କର୍ତ୍ତାଙ୍କ ଉପରେ ବିପଦ ରହିଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ କେବେବି ରନ୍ଧା ସାରିବା କଡେଇ ଓ ତାୱା ଉପରେ ଅଇଁଠା ବାସନ ପକାଇବା ଉଚିତ ନୁହେଁ l ଯାହାଦ୍ୱାରା ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ପଡିପାରେ l ଯଦି ଆପଣ ସକାଳୁ ଉଠି ତାୱା ବ୍ୟବହାର କରିବେ ତେବେ ଗ୍ୟାସ ଉପରେ ରଖି ସେଥିରେ କିଛି ଲୁଣ ପକାନ୍ତୁ ଓ ଏହାକୁ ସାମାନ୍ୟ ଉଷୁମ କରି କାଢି ଫୋପାଡ଼ି ଦିଅନ୍ତୁ l ଯାହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ l

* ଆପଣ ଯେତେବେଳେ ତାୱାରେ ରୁଟି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଧ୍ୟାନ ରଖନ୍ତୁ ଯେ ଯେପରି ପ୍ରସ୍ତୁତ କରୁଥିବା ପ୍ରଥମ ରୁଟି ଗାଈ କିମ୍ବା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଦୂର ହୋଇଯାଇଥାଏ l ଗୃହରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ତାୱା ଓ କଡ଼ାଇକୁ କେବେବି ଓଲଟେଇ ରଖିବା ଉଚିତ ନୁହେଁ ,ଓଲଟେଇ ରଖିବା ଦ୍ୱାରା ଜୀବନରେ ବିଭିନ୍ନ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ l ତାହାକୁ ସର୍ବଦା ସିଧା ରଖିବା ଉଚିତ l ତା ସହିତ ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠି କାହରବି ନଜର ପଡିବ ନାହିଁ l

Follow all directions given to you by your doctor and pharmacist carefully. cialis pill They may differ from the information contained here.

Show More

Related Articles

Back to top button
Close