ଜୀବନଚର୍ଯ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୪ଟି ଜିନିଷ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ : ନହେଲେ ହୋଇପାରେ ଅସୁବିଧା

ଆପଣ କଣ କେବେ ଭାବିଛନ୍ତି ଆପଣଙ୍କ ରୋଷେଇ ଘରେ ରହିଥିବା ତାୱା ଓ କଡ଼ାଇ ହୋଇପାରେ ଆପଣଙ୍କ ଜୀବନର ଅନେକ ଅସୁବିଧାର କାରଣ l ହଁ ଆଜ୍ଞା ,ଏହାକୁ ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ l ତେଣୁ ଆମକୁ କିଛିଟା କାର୍ଯ୍ୟରେ ମଧ୍ୟ ସାବଧାନ ରଖିବା ଆବଶ୍ୟକ

ଆସନ୍ତୁ ଜାଣିବା l

* ବାସ୍ତୁଶାସ୍ତ୍ର ଅନୁସାରେ ତାୱା ଓ କଡ଼ାଇ ରାହୁଙ୍କ ପ୍ରତୀକ ଅଟେ l ସେଥିପାଇଁ ଏଥିରେ ବିଶେଷ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ l ତେଣୁ କେବେବି ରୁଟି ପ୍ରସ୍ତୁତ କରିବା ପରେ ଓ ତରକାରୀ ପ୍ରସ୍ତୁତ କରିବା ପରେ ସେହିପରି ଛାଡିବା ଆବଶ୍ୟକ ନୁହେଁ ,ତାହାକୁ ତୁରନ୍ତ ଧୋଇଦେଇ ରଖିବା ଆବଶ୍ୟକ l ନଚେତ ଗୃହ କର୍ତ୍ତାଙ୍କ ଉପରେ ବିପଦ ରହିଥାଏ l

* ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ ରୋଷେଇ ଘରେ କେବେବି ରନ୍ଧା ସାରିବା କଡେଇ ଓ ତାୱା ଉପରେ ଅଇଁଠା ବାସନ ପକାଇବା ଉଚିତ ନୁହେଁ l ଯାହାଦ୍ୱାରା ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ପଡିପାରେ l ଯଦି ଆପଣ ସକାଳୁ ଉଠି ତାୱା ବ୍ୟବହାର କରିବେ ତେବେ ଗ୍ୟାସ ଉପରେ ରଖି ସେଥିରେ କିଛି ଲୁଣ ପକାନ୍ତୁ ଓ ଏହାକୁ ସାମାନ୍ୟ ଉଷୁମ କରି କାଢି ଫୋପାଡ଼ି ଦିଅନ୍ତୁ l ଯାହାଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ l

* ଆପଣ ଯେତେବେଳେ ତାୱାରେ ରୁଟି ପ୍ରସ୍ତୁତ କରୁଛନ୍ତି ସେତେବେଳେ ଧ୍ୟାନ ରଖନ୍ତୁ ଯେ ଯେପରି ପ୍ରସ୍ତୁତ କରୁଥିବା ପ୍ରଥମ ରୁଟି ଗାଈ କିମ୍ବା କୁକୁରଙ୍କୁ ଖାଇବାକୁ ଦିଅନ୍ତୁ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଘରକୁ ଆସିବାକୁ ଥିବା ବିପଦ ଦୂର ହୋଇଯାଇଥାଏ l ଗୃହରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ l

* ତାୱା ଓ କଡ଼ାଇକୁ କେବେବି ଓଲଟେଇ ରଖିବା ଉଚିତ ନୁହେଁ ,ଓଲଟେଇ ରଖିବା ଦ୍ୱାରା ଜୀବନରେ ବିଭିନ୍ନ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ l ତାହାକୁ ସର୍ବଦା ସିଧା ରଖିବା ଉଚିତ l ତା ସହିତ ଏପରି ସ୍ଥାନରେ ରଖିବା ଉଚିତ ଯେଉଁଠି କାହରବି ନଜର ପଡିବ ନାହିଁ l

Skip to content Cialis Jelly is a good drug to solve a number of specific male problems. vgrmalaysia.net The manufacturer of this drug is a well-known company Ajanta Pharma.

Show More

Related Articles

Back to top button