Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁର 4ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର, ଉଦ୍ଧାର କାର୍ଯ୍ୟରେ ବାୟୁସେନା ନିୟୋଜିତ

ଚେନ୍ନାଇ, 19 ଡିସେମ୍ବର – ତାମିଲନାଡୁର ଚାରୋଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଗତ 24 ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ଦକ୍ଷିଣ ଜିଲ୍ଲା ଥୁଥୁକୁଡି, ତିରୁନେଲଭେଲି, ତେନକାଶୀ ଓ କନ୍ୟାକୁମାରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉଦ୍ଧାର କାର୍ଯ୍ୟରେ ଭାରତୀୟ ଉପକୂଳ ସୁରକ୍ଷା ବଳ ଓ ବାୟୁସେନାର ସହାୟତା ନିଆଯାଇଛି । ବନ୍ୟା ପ୍ରପୀଡିତ ଅଞ୍ଚଳରେ ହେଲିକପ୍ଟର ମୁତୟନ କରାଯାଇଛି । ହେଲିକପ୍ଟର ଯୋଗେ ପୀଡିତମାନଙ୍କୁ ଉଦ୍ଧାର କରାଯାଉଛି ।
ଲଗାଣ ବର୍ଷା ଯୋଗୁ ଏହି ଚାରୋଟି ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲକ୍ଷଲକ୍ଷ ଲୋକ ଫସିରହିଛନ୍ତି । ଏହି 4ଟି ଜିଲ୍ଲା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସୋମବାର ସକାଳ ସୁଦ୍ଧା 1039ଜଣ ଶିଶୁଙ୍କ ସହିତ 7434ଜଣ ଲୋକଙ୍କୁ ଶିବିରକୁ ପଠାଯାଇଛି । ବିଭିନ୍ନ ସ୍ଥାନରେ ବିଜୁଳି, ମୋବାଇଲ ସେବା ଠପ୍ ହୋଇପଡିଛି ।

Show More

Related Articles

Back to top button