Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ଷ୍ଟାର୍କ

24.75 କୋଟି ଟଙ୍କାରେ କିଣିଲା କେକେଆର

ଦୁବାଇ, 19 ଡିସେମ୍ବର -ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଲେ ମିଚେଲ ଷ୍ଟାର୍କ । ଦୁବାଇରେ ଚାଲୁଥିବା ନିଲାମୀରେ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ଷ୍ଟାର୍କଙ୍କୁ କୋଲକାତା ନାଇଟ୍ ରାଇଡର୍ସ 24.75 କୋଟି ଟଙ୍କାରେ କିଣିଛି । ଶେଷ ଥର 8ବର୍ଷ ତଳେ ଆଇପିଏଲ ଖେଳିଥିବା ଷ୍ଟାର୍କ, 2014 ଓ 2015 ସିଜିନରେ ଖେଳିଥିବା 27ଟି ମ୍ୟାଚରୁ 7.17 ଇକୋନମୀରେ 34 ୱିକେଟ ନେଇଥିଲେ । 121 ଟି-20 ମ୍ୟାଚରେ 33 ବର୍ଷୀୟ ଖେଳାଳି 7.45 ଇକୋନୋମୀରେ 170 ୱିକେଟ ନେଇଛନ୍ତି । ଷ୍ଟାର୍କ ପେଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଛନ୍ତି । କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ 20.5 କୋଟି ଟଙ୍କାରେ କିଣିଛି ।

Show More

Related Articles

Back to top button