Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଆଡଭାନୀ ଓ ଜୋଶୀଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ, 19 ଡିସେମ୍ବର – ରାମ ମନ୍ଦିର ଆନ୍ଦୋଳନର ଅଗ୍ରଦୂତ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଜୋଶୀଙ୍କୁ ଔପଚାରିକ ଭାବେ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏନେଇ ଏକ ବକ୍ତବ୍ୟ ଓ ଫଟୋ ଶେୟାର କରାଯାଇଛି ।
ଫଟୋରେ ସଂଘର ସହ ସରକାର୍ଯ୍ୟବାହ ଡକ୍ଟର କୃଷ୍ଣ ଗୋପାଳ, ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ରାମଲାଲ ଓ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ସେମାନେ ଲାଲ କୃଷ୍ଣ ଆଡଭାନୀଙ୍କୁ ନିମନ୍ତ୍ରଣ ପତ୍ର ଦେଉଛନ୍ତି ।
ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି ଯେ, ରାମ ମନ୍ଦିର ଆନ୍ଦୋଳନର ପୁରୋଧା ଆଦରଣୀୟ ଲାଲ କୃଷ୍ଣ ଆଡଭାନୀ ଓ ଆଦରଣୀୟ ଡକ୍ଟର ମୁରଲୀ ମନୋହର ଜୋଶୀଙ୍କୁ ଅଯୋଧ୍ୟାରେ 2024, ଜାନୁୟାରୀ 22ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ଦିଆଯାଇଛି ।

Show More

Related Articles

Back to top button