Breaking PLUSଦେଶମୁଖ୍ୟ ଖବରରାଜନୀତି

ବିରୋଧୀ ସାଂସଦଙ୍କୁ ନିଲମ୍ବନ ଗଣତନ୍ତ୍ର ପାଇଁ ଭୟଙ୍କର- କଂଗ୍ରେସ

ନୂଆଦିଲ୍ଲୀ, 19 ଡିସେମ୍ବର – ସଂସଦରୁ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ବର୍ଷିଛି କଂଗ୍ରେସ । ବିରୋଧୀ ସାଂସଦଙ୍କ ନିଲମ୍ବନ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛି କଂଗ୍ରେସ । ବିରୋଧୀଙ୍କ କାମ ହେଉଛି ସେମାନେ ସରକାରଙ୍କୁ ଭୁଲ ନିଷ୍ପତ୍ତିକୁ ବିରୋଧ କରିବେ । କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ସଂସଦ ଭବନ ପରିସରରେ ମିଡିଆ କର୍ମୀଙ୍କୁ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଶାହ ଗୃହର ଗାରିମାର ଅପମାନ କରୁଛନ୍ତି । ଗୁରୁତର ସୁରକ୍ଷା ତ୍ରୁଟି ପରେ ବି ସଂସଦ ଆସି ସେମାନେ ବୟାନ ଦେଉନାହାନ୍ତି ।

Show More

Related Articles

Back to top button