ଦେଶପାଣିପାଗମୁଖ୍ୟ ଖବର

ତାମିଲନାଡୁରେ ବର୍ଷା ତାଣ୍ଡବ, ୪ମୃତ

ତାମିଲନାଡୁରେ ଜାରି ରହିଛି ବର୍ଷା ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଯାଏଁ ୪ ଜଣଙ୍କ ଜୀବନ ମଧ୍ୟ ଗଲାଣି । ଅନେକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ବି ରହିଛି । ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ପରେ ପ୍ରବଳ ବର୍ଷା ଜାରି ରହିଛି । ରାଜ୍ୟରେ ୧୪ ଅଞ୍ଚଳକୁ ରେଡ ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ଅନେକ ଲୋକ ଏବେବି ଜଳବନ୍ଦି ଅବସ୍ଥାରେ ଅଛନ୍ତି । ପାଖାପାଖି ୩୦୦ ଶହ ଲୋକଙ୍କୁ ସ୍ଥାନୀୟ ପ୍ରଶାସନ ସହାୟତାରେ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ ୧୬ ଟି ଗାଇଙ୍କ ମୃତ୍ୟୁ ବି ହୋଇଛି ।

ଚେନ୍ନାଇରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ତାମିଲନାଡୁ ,ପୁଡୁଚେରୀ ଆଦି ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହୋଇଛି । ମଦୁରାଇରେ ସ୍କୁଲ ,କଲେଜ ଆଦି ବନ୍ଦ ରହିଛି । ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହେଉଛି ।

Show More

Related Articles

Back to top button