Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆଜି ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ହେବ ଆପୋଷ ଆଲୋଚନା । ରାଜ୍ୟର ପ୍ରମୁଖ ସୀମାବିବାଦ, ପୋଲାଭରମ ଜଳ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗର ଆଶୁ ସମାଧାନ ଦିଗରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ହେବ ଆଲୋଚନା । ଏନେଇ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆର କଂଗ୍ରେସ ପାର୍ଟିର ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି ।

ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ଣ ସାଢେ ୩ଟାରେ ବିଶାଖାପାଟଣାରୁ ଏକ ସ୍ୱତନ୍ତ୍ର ବିମାନଯୋଗେ ଆସି ସାଢେ ୪ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ବିମାନ ବନ୍ଦରରୁ ସେ ସିଧାସଳଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ଆଲୋଚନା ଅପରାହ୍ଣ ୫ଟାରୁ ୭ ଟାପର୍ଯ୍ୟନ୍ତ ଚାଲିବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଯୋଗଦେଇ ଦୁଇ ରାଜ୍ୟ ମଧ୍ୟରେ ରହିଥିବା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ବିଶେଷକରି ପୋଲାଭରମ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହେବାକୁ ଥିବା ପରିବାର ଓ ଜଳମଗ୍ନ ଅଂଚଳ, ବଂଶଧାରାରେ ନେରେଡି ବ୍ୟାରେଜ୍ ନିର୍ମାଣ ଓ ଝଞ୍ଜାବତୀ ଜଳଭଣ୍ଡାରର ବନ୍ୟା ଜଳ ସମସ୍ୟାକୁ ନେଇ ରହିଥିବା ଦୁଇ ରାଜ୍ୟ ମଧ୍ୟରେ ବିବାଦ ପ୍ରସଙ୍ଗରେ ଆଲୋଚନା ହେବ । ଏହି ବୈଠକ ସାରି ସେ ସିଧାସଳଖ ଆନ୍ଧ୍ରପ୍ରଦେଶ ଫେରିଯିବେ ।

 

Show More

Related Articles

Back to top button