Breaking PLUSଖେଳମୁଖ୍ୟ ଖବର

ଟି-୨୦ ବିଶ୍ୱକପ: ଆସନ୍ତାକାଲି ଭାରତ ଓ ଆଫଗାନିସ୍ତାନ ମୁହାଁମୁହିଁ

ଆସନ୍ତାକାଲି ଆଇସିସି ଟି-୨୦ ବିଶ୍ୱକପରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ପୂର୍ବରୁ ୨ଟି ମ୍ୟାଚ ହାରିବା ପରେ ସେମିଫାଇନାଲରେ ପ୍ରବେଶ କରିବାକୁ ହେଲେ ଭାରତକୁ ଆସନ୍ତାକାଲି ମ୍ୟାଚ ଜିତିବାକୁ ପଡିବ । ୨୪ ଅକ୍ଟୋବରରେ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ଭାରତ ହାରିବା ପରେ ପୁଣି ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଠାରୁ ଟିମ୍‌ ହାରିଛି ।

ଆସନ୍ତାକାଲି ଆଫଗାନିସ୍ତାନ ସହିତ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ଆଫଗାନିସ୍ତାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ରନ୍‌ ରେଟ୍‌ ମଧ୍ୟ ୩.୦୯୭ ରହିଛି । ଯଦି ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ହରିଯାଏ, ତେବେ ସେମିଫାଇନାଲରେ ପହଞ୍ଚିବା ରାସ୍ତା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ । କିନ୍ତୁ ଯଦି ଟିମ୍‌ ଇଣ୍ଡିଆ ଆଫଗାନିସ୍ତାନ ଠାରୁ ବଡ ଅନ୍ତରରେ ଜିତେ ଏବଂ ଆଫଗାନିସ୍ତାନ ଟିମ ନ୍ୟୁଜଲାଣ୍ଡକୁ ହରାଇଦିଏ, ତେବେ ଟିମ ଇଣ୍ଡିଆ ପାଖରେ ଆଶା ରହିଛି ।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆବୁଧାବିର ଶେଖ ଜାୟଦ ଷ୍ଟାଡିଅମରେ ଖେଳାଯିବ ଏହି ମ୍ୟାଚ । ମ୍ୟାଚ ଆସନ୍ତାକାଲି ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ । ମ୍ୟାଚ୍‌କୁ ଷ୍ଟାର ସ୍ପୋଟର୍ସ ନେଟଓ୍ଵାର୍କରେ ଦେଖିବାକୁ ମିଳିବ । ଏହାଛଡା ଡିଜନୀ ପ୍ଲସ ହଟଷ୍ଟାରରେ ଅନଲାଇନ ଷ୍ଟ୍ରିମିଂ କରି ଦେଖିପାରିବେ ।

Show More

Related Articles

Back to top button