ଦେଶ ବିଦେଶମୁଖ୍ୟ ଖବର

କାବୁଲରେ ବୋମା ବିସ୍ଫୋରଣ ସହ ଗୁଳିକାଣ୍ଡ: ୧୯ମୃତ, ୫୦ଆହତ

ପୁଣି ଅଶାନ୍ତ କାବୁଲ । ଲଗାତର ଦୁଇଟି ବୋମା ବିସ୍ଫୋରଣ ଓ ଗୁଳିକାଣ୍ଡ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସହ ୫୦ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଏହି ଘଟଣା ଘଟିଛି । ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲର ପ୍ରବେଶ ପଥରେ ଏହି ବସ୍ଫୋରଣ ଘଟିଥିବା ମନ୍ତ୍ରୀଙ୍କ ମୁଖପାତ୍ର କ୍ୱାରି ସୟଦ ଖୋଷ୍ଟାଙ୍କ ପକ୍ଷରୁ କୁହାଯାଇଛି । ଏହି ବିସ୍ଫୋରଣରେ କଣ କ୍ଷୟକ୍ଷତି ହୋଇଛି ଏ ନେଇ ଆକଳନ ଚାଲିଛି । ବିସ୍ଫୋରଣ ପଛର କାରଣ କଣ ସେ ନେଇ ତାଲିବାନ୍ ସରକାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହା ପଛରେ ISIS-Kର ହାତ ଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ଧରି କାବୁଲର ବିଭିନ୍ନ ପ୍ରାନ୍ତରେ ବିସ୍ଫୋରଣ ହେଉଥିବା ଖବର ଆସୁଛି । ଯାହାକୁ ନେଇ ଭୟରେ ଅଛନ୍ତି କାବୁଲବାସୀ ।

ତେବେ ଗୁଳିକାଣ୍ଡରୁ ବର୍ତ୍ତିଯାଇ ଥିବା ହସ୍ପିଟାଲ ସ୍ୱାସ୍ଥ୍ୟକର୍ମଙ୍କ କହିବା ହେଲା ଯେ, ଗୋଟିଏ ବିସ୍ଫୋଣ ହେବାର କିଛି ସମୟରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଅନ୍ୟ ପକ୍ଷରେ ସ୍ଥାନୀୟ ଫଟୋଗ୍ରାଫରଙ୍କ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ବିସ୍ଫୋରଣ ଯୋଗୁଁ ସମ୍ପୂ୍ର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

https://twitter.com/ComMotley/status/1455480572189478914?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1455480572189478914%7Ctwgr%5E%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Foriya

Show More

Related Articles

Back to top button