ବାଣିଜ୍ୟ

T-Series : ଭାରତର ପ୍ରଥମ ୟୁଟ୍ୟୁବ ଚ୍ୟାନେଲ ଯିଏ ପାର କଲା ୨୦୦ ମିଲିୟନ ସବ୍ସକ୍ରାଇବର

ଟି-ସିରିଜ ଏକ ନୂଆ ଉପଲବ୍ଧି ହାସଲ କରିଛି। ୟୁଟ୍ୟୁବ ଚାନେଲରେ ଟି-ସିରିଜ ଦୁନିଆର ସବୁଠାରୁ ଅଧିକ ସବ୍ସକ୍ରାଇବର ଚାନେଲ ହୋଇଛି।

ଟି-ସିରିଜର ୨୦୦ ମିଲିୟନ (୨୦ କୋଟି) ରୁ ଅଧିକ ସବ୍ସକ୍ରାଇବର୍ସ ହୋଇଯାଇଛନ୍ତି। ଏହା ସାରା ବିଶ୍ୱରେ କୌଣସି ୟୁଟ୍ୟୁବ ଚାନେଲ ତୁଳନାରେ ସବୁଠାରୁ ଅଧିକ। ଟି-ସିରିଜ ବର୍ତ୍ତମାନ ୨୦୦ ମିଲିୟନ ସବ୍ସକ୍ରାଇବର ଯୁକ୍ତ ପ୍ରଥମ ୟୁଟ୍ୟୁବ ଚାନେଲ।

୧୯୮୩ ରେ ସଙ୍ଗୀତକାର ଗୁଲସନ କୁମାର ମ୍ୟୁଜିକ କମ୍ପାନୀ ଟି-ସିରିଜ ସ୍ଥାପନା କରିଥିଲେ। ତାପରେ ଏହି କମ୍ପାନୀ ଦେଶର ସବୁଠାରୁ ବଡ ମ୍ୟୁଜିକ କ୍ୟାସେଟ କମ୍ପାନୀ ହେଲା ଏବଂ ଆଜି ବି ଏହାର ନାମ ସର୍ବଶ୍ରେଷ୍ଠ ମ୍ୟୁଜିକ କମ୍ପାନୀରେ ସାମିଲ ଅଛି। ଟି-ସିରିଜ କମ୍ପାନୀ ବର୍ତ୍ତମାନ ୟୁଟ୍ୟୁବରେ ଇତିହାସ ରଚିଛି।

Show More

Related Articles

Back to top button