VIDEOଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ବନ୍ଦ ହେଉ ନିର୍ବାଚନରେ ଘୋଡା ବେପାର: ସ୍ୱାଭିମାନ ବିଚାରମଞ୍ଚ

ଦୁର୍ନୀତି ମୁକ୍ତ ସମାଜ ଗଠନ ଓ ବୈପ୍ଳବିକ ପରିବର୍ତ୍ତନ ପାଇଁ ଭୁବନେଶ୍ବରରେ ସ୍ବାଭିମାନ ବିଚାରମଞ୍ଚ ଗଠନ ହୋଇଛି । ବିଶ୍ୱବିଜୟୀ ବିବେକାନନ୍ଦ, ଜାତୀର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଭିମାନ ବିଚାରମଞ୍ଚ ଗଠନ କରାଯାଇଛି ।

ଦୁର୍ନୀତି ମୁକ୍ତ ସମାଜ ଗଠନ ଓ ବୈପ୍ଳବିକ ପରିବର୍ତ୍ତନ ପାଇଁ ଭୁବନେଶ୍ବରରେ ସ୍ବାଭିମାନ ବିଚାରମଞ୍ଚ ଗଠନ ହୋଇଛି । ବିଶ୍ୱବିଜୟୀ ବିବେକାନନ୍ଦ, ଜାତୀର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ବାଭିମାନ ବିଚାରମଞ୍ଚ ଗଠନ କରାଯାଇଛି ।ସ୍ୱାଭିମାନର ସହ ସଙ୍ଗଠନର ସମସ୍ତ ସଭ୍ୟ କାର୍ଯ୍ୟ କରିବା ନେଇ ପ୍ରତିଜ୍ଞା କରିଛିନ୍ତି । ନିର୍ବାଚନକୁ ବ୍ୟୟବହୁଳ ନକରିବା ଓ କ୍ଷମତା ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ସଙ୍ଗଠନ ପକ୍ଷରୁ ଉଦ୍ୟମ ଜାରୀ ରହିବ ବୋଲି ଡ଼ଃ ହରିହର କାନୁନଗୋ କହିଛନ୍ତି । ବୈଠକରେ ଓଡ଼ିଶାର ବରିଷ୍ଠ ରାଜନେତା, ସାମ୍ବାଦିକ, ସାହିତିକ, ଅଧ୍ୟାପକ ଓ ପ୍ରଶାସନିକ ଯୋଗଦେଇଥିଲେ । ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ପାଇଁ ସଙ୍ଗଠନ ପକ୍ଷରୁ ଲକ୍ଷ ରଖାଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିଲେ । ଆଜିର ରାଜନୀତିରେ ଆଦର୍ଶବାଦର ସ୍ଥାନ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ନିର୍ବାଚନରେ ଭଲ ଲୋକଙ୍କୁ ଟିକେଟ ନ ମିଳିବା ଦୁର୍ଭାଗ୍ୟଜନକ । ଅବାଧ, ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନ ପାଇଁ କଡ଼ା ଆଇନର ଆବଶ୍ୟକତା ରହିଥିବା ଶ୍ରୀ କାନୁନଗୋ କହିଥିଲେ । ଅନ୍ୟତମ ଅତିଥି ଦର୍ଶନଶାସ୍ତ୍ର ପ୍ରଫେସର ଡ଼ଃ ନିରଞ୍ଜନ ପାଢ଼ୀ ଯୋଗଦେଇ ଆଦର୍ଶ ମଣିଷକୁ ମହାନ କରିଥାଏ ବୋଲି କହିଥିଲେ । ତେଣୁ ମଣିଷ ନିଜର ଚିନ୍ତା ଓ ଚେତନାରେ ପରିବର୍ତ୍ତନ ଆଣିଲେ ନିର୍ବାଚନରେ ସଂସ୍କାର ଆଣି ହେବ ବୋଲି ପ୍ରଫେସର ପାଢ଼ୀ ମତ ରଖିଥିଲେ । ବରିଷ୍ଠ ସାମ୍ବାଦିକା ସୁଜାତା ପଟ୍ଟନାୟକ ଯୁବଗୋଷ୍ଠୀ ରାଜନୀତିରେ ଆସିବା ଜରୁରୀ ବୋଲି କହିଥିଲେ । ଗଣମାଧ୍ୟମର କଣ୍ଠରୋଧ କଲେ ଗଣତନ୍ତ୍ର କିପରି ସୁଦୃଢ଼ ରହିବ ବୋଲି ପ୍ରଶ୍ନ କରିଥିଲେ ସମାଜସେବୀ ମଧୁମିତା ପରିଡ଼ା ।

Show More

Related Articles

Back to top button