Breaking PLUSଦେଶ ବିଦେଶମୁଖ୍ୟ ଖବର

ଛାତ ଭୁଶୁଡି ୨୯ ମୃତ, ୨୧ ଆହତ

ରବିବାର ଚୀନ୍ ଶଂକ୍ସି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରେଷ୍ଟୁରାଣ୍ଟରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଛାତ ଭୁଶୁଡି ୨୯ ଜଣଙ୍କର ମୃତ୍ୟୁ ହୋଇଛି ।

ବେଜିଂ : ରବିବାର ଚୀନ୍ ଶଂକ୍ସି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରେଷ୍ଟୁରାଣ୍ଟରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଛାତ ଭୁଶୁଡି ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଜନ୍ମଦିନ ପାଳନ ବେଳେ ସଂପୃକ୍ତ ବ୍ୟକ୍ତିଙ୍କ ପରିବାରଲୋକ ଏବଂ ବନ୍ଧୁବାନ୍ଧବ ସେଠାରେ ଉପସ୍ଥିତ ଥିଲେ । ପାର୍ଟି ଚାଲିଥିବା ବେଳେ ହଠାତ୍ ରେଷ୍ଟୁରାଣ୍ଟର ଛାତ ଭୁଶୁଡି ପଡିଥିଲା । ଫଳରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୨୧ ଜଣ ଆହତ ହୋଇଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button