Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ସୁଶାନ୍ତ ମୃତ୍ୟୁ ମାମଲା; ଜାଣନ୍ତୁ ସିବିଆଇ ଜେରା କରିଥିବା ୧୪ ଜଣଙ୍କ ବିଷୟରେ

ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରୁଛି ସିବିଆଇ। ତେବେ ଏହି ଘଟଣାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଛି।

ମୁମ୍ୱାଇ : ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ କରୁଛି ସିବିଆଇ। ତେବେ ଏହି ଘଟଣାରେ ସିବିଆଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କ ବୟାନ ରେକର୍ଡ କରିସାରିଛି। ସୁଶାନ୍ତଙ୍କ ମୃତ୍ୟୁର ଦୀର୍ଘ ୭୮ ଦିନ ପରେ ମଧ୍ୟ ଅନେକ ଲୋକଙ୍କୁ ଜେରା କରୁଛି ସିବିଆଇ। ତେବେ ଆସନ୍ତୁ ଜାଣିବା ସିବିଆଇ ଜେରା କରିଥିବା ଏହି ୧୪ ଜଣ ଲୋକଙ୍କ ବିଷୟରେ।

ରିୟା ଚକ୍ରବର୍ତ୍ତି : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତି ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତଙ୍କ ବାନ୍ଧବି ଭାବରେ ରିୟା ସୁଶାନ୍ତଙ୍କ ଘରେ ଦୀର୍ଘ ଏକ ବର୍ଷ ଧରି ରହି ଆସୁଥିଲେ। ତେଣୁ ଏହି ମାମଲାରେ ରିୟାଙ୍କ ଭୂମିକାକୁ ନେଇ ଅନେକ ଲୋକଙ୍କ ସନ୍ଦେହ ରହିବା ସହ ସୁଶାନ୍ତଙ୍କ ବାପା ରିୟାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ସୋଭିକ ଚକ୍ରବର୍ତ୍ତି : ସୋଭିକ ଚକ୍ରବର୍ତ୍ତି ହେଉଛନ୍ତି ରିୟା ଚକ୍ରବର୍ତ୍ତିଙ୍କ ସାନ ଭାଇ। ସୋଭିକ ସୁଶାନ୍ତଙ୍କ ସହ ଦୁଇଟି କମ୍ପାନୀ ଆରମ୍ଭ କରିଥିଲେ। ତେଣୁ ସୁଶାନ୍ତଙ୍କ ସହ ତାଙ୍କର ଅର୍ଥ ବେପାର ସହ ଅନ୍ୟ ଦିଗ ଉପରେ ନଜର ରଖି ଜେରା କରୁଛି ସିବିଆଇ।

ସିଦ୍ଧାର୍ଥ ପିଠାନି : ସିଦ୍ଧାର୍ଥ ପିଠାନି ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିଲେ। ଜୁନ ୧୪ ତାରିଖରେ ସୁଶାନ୍ତଙ୍କ ମୃତ୍ୟୁ ଦିନ ସିଦ୍ଧାର୍ଥ ତାଙ୍କ ଘରେ ରହିଥିଲେ। ଜୁନ ୮ ତାରିଖରେ ରିୟା ତାଙ୍କ ଘରୁ ପଳାଇଥିବା ସେ ସିବିଆଇଙ୍କୁ କହିଛନ୍ତି, ତେଣୁ ତାଙ୍କ ଭୂମିକାକୁ ନେଇ ସିବିଆଇ ଜେରା କରୁଛି।

ନିରଜ ସିଂହ : ନିରଜ ସୁଶାନ୍ତଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଦିନ ସେ ମଧ୍ୟ ତାଙ୍କ ଘରେ ରହିଥିଲେ। ତେଣୁ କଣ ରହିଥିଲା ସେଦିନର ସ୍ଥିତି ସେ ନେଇ ସମସ୍ତ ତଥ୍ୟ ଖୋଜୁଛି ସିବିଆଇ।

କେଶବ : କେଶବ ମଧ୍ୟ ସୁଶାନ୍ତଙ୍କ ସହ ତାଙ୍କ ଘରେ ରହୁଥିଲେ। ସୁଶାନ୍ତଙ୍କ ମୃତ୍ୟୁ ଦିନ ସେ ତାଙ୍କୁ ସକାଳେ କଦଳୀ, ଜୁସ ଓ ନଡିଆ ପାଣି ଖାଇବାକୁ ଦେଇଥିଲେ।

ଦିପେଶ ସାୱାନ୍ତ : ଦିପେଶ ସାୱାନ୍ତ ସୁଶାନ୍ତଙ୍କ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଏହାସହ ଦିପେଶ ସୁଶାନ୍ତଙ୍କ ଘରେ ମଧ୍ୟ ରହୁଥିଲେ। ସେ ହିଁ ପ୍ରଥମେ ସୁଶାନ୍ତଙ୍କ ମୃତଦେହ ଦେଖିଥିଲେ।

ସାମୁଏଲ ମିରାଣ୍ଡା : ସାମୁଏଲ ହେଉଛନ୍ତି ସୁଶାନ୍ତଙ୍କ ପୂର୍ବତନ ହାଉସକିପିଂ ମ୍ୟାନେଜର। ରିୟାଙ୍କ କହିବା ଅନୁସାରେ ସେ ପୂର୍ବ ବର୍ଷ ନିଯୁକ୍ତି ପାଇଥିଲେ।

ମହେଶ ସେଠି : ମହେଶ ହେଉଛନ୍ତି ସୁଶାନ୍ତ ଓ ରିୟାଙ୍କ ବହୁତ ଭଲ ବନ୍ଧୁ। ମୃତ୍ୟୁର ପୂର୍ବଦିନ ସେ ସୁଶାନ୍ତଙ୍କ ସାକ୍ଷାତ କରିଥିଲେ। ତେଣୁ ସିବିଆଇ ସୁଶାନ୍ତ ଓ ରିୟାଙ୍କ ସମ୍ପର୍କ ବିଷୟରେ ଜାଣିବା ପାଇଁ ତାଙ୍କୁ ଜେରା କରୁଛି।

ସନ୍ଦିପ ସିଂହ : ସୁଶାନ୍ତ ସିଂହ ରାଜପୁତଙ୍କ ଜଣେ ଭଲ ସାଙ୍ଗ ହେଉଛନ୍ତି ସନ୍ଦିପ ସିଂହ। କିନ୍ତୁ ସେ ସେପ୍ଟେମ୍ୱର ୨୦୧୯ ମସିହା ପରଠାରୁ ସୁଶାନ୍ତଙ୍କ ସହ ସାକ୍ଷାତ କରିନାହାନ୍ତି।

ସୁରଜିତ ସିଂହ ରାଥୋଡ : ସୁରଜିତ କରନି ସେନାରେ କାର୍ଯ୍ୟ କରନ୍ତି ଓ ସୁଶାନ୍ତ ମୃତ୍ୟୁ ମାମଲାରେ ତାଙ୍କର ଲିଙ୍କ୍ ରହିଛି, ଯାହାକୁ ନେଇ ସିବିଆଇ ଜେରା କରୁଛି।

ଜୟା ଶାହ : ଜୟା ସୁଶାନ୍ତଙ୍କ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଜୟା ଶାହଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗୌରଭ ଆର୍ୟ୍ୟା : ରିୟା ଚକ୍ରବର୍ତ୍ତିଙ୍କୁ ଡ୍ରଗ୍ସ ପ୍ରଦାନ କରୁଥିଲେ ଗୌରଭ। ଯାହାକୁ ନେଇ ସିବିଆଇ ଯାଞ୍ଚ ଆରମ୍ଭ କରୁଛି।

ଇନ୍ଦ୍ରଜିତ ଚକ୍ରବର୍ତ୍ତି: ଇନ୍ଦ୍ରଜିତ ହେଉଛନ୍ତି ରିୟା ଚକ୍ରବର୍ତ୍ତିଙ୍କ ବାପା। ପୂର୍ବରୁ ଇନ୍ଦ୍ରଜିତଙ୍କୁ ପ୍ରବର୍ତ୍ତନ ନ୍ୟାୟାଳୟ ସମନ ଜାରି କରିଛି। ସୁଶାନ୍ତଙ୍କ ଆକାଉଣ୍ଟରେ ଆସିଥିବା ଅର୍ଥ ହେରଫେରକୁ ନେଇ ସିବିଆଇ ଜେରା କରୁଛି।

ରଜତ ମେୱାତି : ରଜତ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ରିୟାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ରହିବା ପରେ ଅର୍ଥ ହେରଫେର ହେଉଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସିବିଆଇ ଜେରା କରୁଛି।

Show More

Related Articles

Back to top button