ଅପରାଧଆଇନ କାନୁନଦେଶ ବିଦେଶମୁଖ୍ୟ ଖବରରାଜନୀତି

ଏନ୍‌ସିପି ନେତା ଜିତେନ୍ଦ୍ର ଆହ୍ୱାଦଙ୍କ ନାଁରେ ସଂଘାତିକ ଅଭିଯୋଗ

ଥାଣେ: ନ୍ୟାସ୍‌ନାଲିଷ୍ଟ କଂଗ୍ରେସ ପାର୍ଟି’ (ଏନ୍‌ସିପି) ନେତା ତଥା ବିଧାୟକ ଜିତେନ୍ଦ୍ର ଆହ୍ୱାଦଙ୍କ ନାମରେ ସଂଘାତିକ ଅଭିଯୋଗ। ଜଣେ ମହିଳାଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଜିତେନ୍ଦ୍ରଙ୍କ ନାମରେ ମାମଲା ରୁଜୁ କରିଛି। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ଜିତେନ୍ଦ୍ର ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି।

ଅଭିଯୋଗ ଅନୁସାରେ, ଗତ ନଭେମ୍ବର ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ  ମୁମ୍ବଇ-ଶିଲଫାଟ ୱାଇ-ଜଙ୍କସନ୍‌ ଉଦ୍‌ଘାଟନ କରିବାକୁ ଆସିଥିଲେ। ସେତେବେଳେ ସମ୍ପୃକ୍ତ ଯୁବତୀ ଜଣକ ଅନ୍ୟ ଲୋକମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଯାଇଥିଲେ। ଏହି ସମୟରେ ଜିତେନ୍ଦ୍ର ତାଙ୍କ ହାତ ଧରି ଗୋଟିଏ ପାଖକୁ ଠେଲି ଦେଇଥିଲେ। ଯୁବତୀଙ୍କ ବୟାନ ଓ ଭିଡିଓକୁ ଆଧାର କରି ପୁଲିସ ଘଟଣାର ତଦନ୍ତ କରୁଛି।

ଏ ସଂକ୍ରାନ୍ତରେ ଜିତେନ୍ଦ୍ର କହିଛନ୍ତି  ୭୨ ଘଣ୍ଟା ମଧ୍ୟରେ ପୁଲିସ ମୋ ନାଁରେ ୨ଟି ମିଥ୍ୟା ମାମଲା ରୁଜୁ କରିଛି। ପୁଲିସର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧରେ ମୁଁ ସ୍ୱର ଉତ୍ତୋଳନ କରିବି ।  କିଛି ଦିନ ପୂର୍ବେ ଶିବାଜୀଙ୍କ ପ୍ରତିକୃତୀ ଉପରେ ନିର୍ମିତ ମରାଠୀ ଚଳଚ୍ଚିତ୍ରର ସ୍କ୍ରିନିଂ ବନ୍ଦ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଥିଲା । ଥାଣେରେ ଏକ ମଲ୍ଟିପ୍ଲେକ୍ସରେ ‘ହର ହର ମହାଦେବ’ ସିନେମା ସ୍କ୍ରିନିଂ ହେଉଥିଲା। ଏହି ସମୟରେ ଜିତେନ୍ଦ୍ର ଏବଂ ତାଙ୍କ ସମର୍ଥକମାନେ ଜବରଦସ୍ତ ହଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଇତିହାସକୁ ବିକୃତ କରି ଏହି ଫିଲ୍ମରେ ପ୍ରଦର୍ଶନ କରଯାଇଥିବ ଅଭିଯୋଗ କରି ସେମାନେ ଏହାକୁ ବିରୋଧ କରିଥିଲେ।  ଶୋ’କୁ ଜବରଦସ୍ତ ବନ୍ଦ କରାଯାଥିବା ବେଳେ ଦର୍ଶକଙ୍କ ସହ ଧସ୍ତାଧସ୍ତି ହୋଇଥିଲା। କେତେକ ଦର୍ଶକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଶନିବାର ସେ ବେଲରେ ଆସିଥିଲେ।

Show More

Related Articles

Back to top button