ଅପରାଧଓଡ଼ିଶାସ୍ୱତନ୍ତ୍ର

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବନ୍ଧୁକ ମୁନରେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ରାଉରକେଲା ମୁନିସପାଲ୍ କର୍ପୋରେସନ ଅଫିସ ସାମ୍ନାରେ ।  ବନ୍ଧୁକ ଦେଖାଇ  ୧୪ଲକ୍ଷ ଟଙ୍କା ଛଡ଼ାଇନେଇଥିବା ନେଇ ଥାନାରେ ଏତଲା ଦେଇଛନ୍ତି ବ୍ୟବସାୟୀ ଜଣକ ।

ମିଳିଥିବା ସୂଚନାନୁଯାୟୀ ,ବ୍ୟବସାୟ ଜଣକ ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପାଇଁ ଏକାକୀ ବାଇକରେ ଯାଉଥିଲେ । ସେ କୋଏଲ ନଗରରୁ ଉଦିତ ନଗରକୁ ଯାଉଥିବା ଅବସ୍ଥାରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ଏବଂ ସେଠାରେ ସେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଦେବା ପାଇଁ ଧମକ ଦେଇଥିଲେ । ସେଠାରେ ସେ ନିଜ ଜୀବନକୁ ରକ୍ଷା କରି ଉକ୍ତ ଟଙ୍କାଟିକୁ ଦୁର୍ବୃତ୍ତଙ୍କୁ ହସ୍ତାନ୍ତର କରିଦେଇଥିଲା । ୧୪ଲକ୍ଷ ଟଙ୍କାର ଲୁଟପାଟ ହେବା ପରେ ସେ ପୋଲିସ ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏହାର ତଦନ୍ତ ଜାରି ରଖି ଆଖପାଖ ଅଂଚଳରେ ପଚାରାଉଚରା କରୁଛି ।

Show More

Related Articles

Back to top button